www.samajalive.in
Tuesday, December 9, 2025
23.1 C
Bhubaneswar

ନିର୍ଭୟା ଦୋଷୀଙ୍କ ଅଭିଯୋଗ; ଜେଲ ଭିତରେ ବିନୟକୁ ଖାଦ୍ୟରେ ଦିଆଯାଇଛି ବିଷ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ତିହାର ଜେଲ ପ୍ରଶାସନ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ବିନୟକୁ ଜେଲ ପ୍ରଶାସନ ପକ୍ଷରୁ ଖାଦ୍ୟରେ ‘ସ୍ଲୋ ପଏଜନ’ (ମନ୍ଥର ପ୍ରତିକ୍ରିୟା ପ୍ରକାଶ କରୁଥିବା ବିଷ) ଦିଆଯାଇଛି। ଏଥିପାଇଁ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଚିକିତ୍ସା ରିପୋର୍ଟ ଦିଆଯାଉନାହିଁ। ଶନିବାର ପଟିୟାଲା ହାଉସ କୋର୍ଟରେ ଶୁଣାଣି ସମୟରେ ଦୋଷୀମାନେ ଏଭଳି ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଫାଶୀରୁ ବର୍ତ୍ତିବା ଲାଗି ଦୋଷୀମାନେ ଯେଉଁ ଉପାୟ ଅବଲମ୍ବନ କରିଥିଲେ ତାହା ଶନିବାର ନୂଆ ମୋଡ଼ ନେଇଛି। ଶନିବାର ଶୁଣାଣି ସମୟରେ ସରକାରୀ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ, ତିହାର ଜେଲ୍‌ ଅଧିକାରୀମାନେ ଦୋଷୀମାନଙ୍କ ଓକିଲଙ୍କ ଦ୍ବାରା ମଗାଯାଇଥିବା ସମସ୍ତ କାଗଜପତ୍ର ପୂର୍ବରୁ ସେମାନଙ୍କୁ ଦିଆଯାଇ ସାରିଛି। ଫାଶୀରୁ ବର୍ତ୍ତିବା ଏବଂ ଏହାକୁ ବିଳମ୍ବିତ କରିବା ଲାଗି ସେମାନେ ଏଭଳି କୌଶଳ ଆପଣାଉଛନ୍ତି।

- Advertisement -

ଗତ ଶୁକ୍ରବାର ଶୁଣାଣି ବେଳେ ଦୋଷୀମାନଙ୍କ ଓକିଲ ଏ. ପି. ସିଂହ ପଟିୟାଲା ହାଉସ କୋର୍ଟରେ ପିଟିଶନ ଦାଖଲ କରି ଜେଲ ପ୍ରଶାସନ ଉପରେ ଦୋଷାରୋପ କରିଥିଲେ ଯେ, ଦୋଷୀମାନଙ୍କ ପାଇଁ ସଂଶୋଧକ ଏବଂ ଦୟା ପିଟିଶନ ଦାଖଲ କରିବା ଲାଗି ଆବଶ୍ୟକ କାଗଜପତ୍ର ଜେଲ ପ୍ରଶାସନ ପକ୍ଷରୁ ଦିଆଯିବାରେ ବିଳମ୍ବ କରାଯାଉଛି। କିନ୍ତୁ ତିହାର ଜେଲ ମୁଖପାତ୍ର ରାଜକୁମାର କହିଥିଲେ ​‌ଯେ, ଓକିଲଙ୍କୁ ହ୍ବାଟ୍ସଆପ ଏବଂ ଇ-ମେଲ ଜରିଆରେ କାଗଜପତ୍ର ପଠାଇ ଦିଆଯାଇଛି। ଏ.ପି. ସିଂହଙ୍କ କାର୍ଯ୍ୟାଳୟକୁ ବି ଜେଲ କର୍ମଚାରୀ କାଗଜପତ୍ର ନେଇ ଯାଇଥିଲେ। କିନ୍ତୁ କାର୍ଯ୍ୟାଳୟ ବନ୍ଦ ରହିଥିଲା

ସୂଚନାଯୋଗ୍ୟ, ଦୋଷୀ ମୁକେଶ ସଂଶୋଧକ ପିଟିଶନକୁ ସୁପ୍ରିମକୋର୍ଟ ଏବଂ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଫଳରେ ତା’ ପାଖରେ ଫାଶୀରୁ ବର୍ତ୍ତିବା ଲାଗି କୌଣସି ଆଇନଗତ ବିକଳ୍ପ ନାହିଁ। ଅନ୍ୟତମ ଦୋଷୀ ବିନୟର ସଂଶୋଧକ ପିଟିଶନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିବାବେଳେ ରାଜକ୍ଷମା ଆବେଦନ ବାକି ରହିଛି। ଏହା ବ୍ୟତୀତ ଅନ୍ୟ ୨ ଦୋଷୀ ପୱନ ଏବଂ ଅକ୍ଷୟ ନିକଟରେ ଉଭୟ ବିକଳ୍ପ ରହିଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories