www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧ ତାରିଖରେ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ସକଳା ୬ଟାରେ ଅକ୍ଷୟ, ବିନୟ, ମୁକେଶ ଏବଂ ପବନକୁ ଫାଶୀ ଖୁଣ୍ଟରେ ଝୁଲାଯିବା ନେଇ କୋର୍ଟଙ୍କ ପକ୍ଷରୁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ତିହାର ଜେଲରେ ଫାଶୀ ପୂର୍ବରୁ ରହିଥିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେଲ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯାଇସାରିଛି।

ସୂଚନା ଅନୁସାରେ, ଜେଲ ପ୍ରଶାସନ ପକ୍ଷରୁ ନୋଟିସ ପଠାଯାଇ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା। ନୋଟିସରେ ପଚରାଯାଇଛି ଯେ, ଫେବୃୟାରୀ ୧ରେ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ। ତେବେ ଦୋଷୀମାନେ ଏହାର କ’ଣ ଜବାବ ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

- Advertisement -

ଏମିତି ଅବସ୍ଥାରେ ରହିଛନ୍ତି ଦୋଷୀ

ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫାଶୀ ପୂର୍ବରୁ ୪ ଦୋଷୀ ବିଚଳିତ ଅବସ୍ଥାରେ ରହିଛନ୍ତି। ଫାଶୀ ଭୟରେ ବିନୟ ଖାଦ୍ୟ ଗ୍ରହଣ କରୁନାହିଁ। ସେ ଦୁଇଦିନ ଖାଦ୍ୟ ନ ଖାଇବାରୁ ବୁଧବାର ତା’କୁ ବାରମ୍ବାର ଖାଦ୍ୟ ଦିଆଯାଇଥିଲା। ସେଥିରୁ ସେ ଅଳ୍ପ କିଛି ଖାଇଥିଲା। ଅନ୍ୟପଟେ ଦୁଇ ଦୋଷୀ ମୁକେଶ ଏବଂ ଅକ୍ଷୟଠାରେ ଫାଶୀର ଭୟ ଦେଖିବାକୁ ମିଳିନାହିଁ। କାରଣ ଏହି ଦୁଇଜଣ ଖାଦ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ପବନର ଖାଦ୍ୟ ପରିମାଣ କିଛିଟା ହ୍ରାସ ପାଇଛି।

୪ ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ ଫାଶୀରୁ ବର୍ତ୍ତିବା ଲାଗି ସମସ୍ତ ଆଇନଗତ ବିକଳ୍ପକୁ ବ୍ୟବହାର କରିସାରିଛି, ଯେଉଁଗୁଡ଼ିକ ଖାରଜ ହୋଇଯାଇଛି। ସେପଟେ ବିନୟ ନିକଟରେ ମର୍ସି ପିଟିଶନ ଦାଖଲ କରିବାର ରାସ୍ତା ରହିଥିବାବେଳେ ଅକ୍ଷୟ ଏବଂ ପବନ ଏପର୍ଯ୍ୟନ୍ତ କ୍ୟୁରେଟିଭ ପିଟିଶନ ଦାଖଲ କରିନାହାନ୍ତି। ତେଣୁ ଫେବୃୟାରୀ ୧ରେ ମଧ୍ୟ ସେମାନଙ୍କ ଫାଶୀକୁ ନେଇ କିଛିଟା ଅନିଶ୍ଚିତତା ଉପୁଜିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories