www.samajalive.in
Tuesday, December 9, 2025
19.1 C
Bhubaneswar

ଶେଷ ହେଲା ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗୀତା ; ମହାରାଷ୍ଟ୍ର ଶୀର୍ଷରେ

ଗୁଆହାଟୀ :ଗତ ୧୩ ଦିନ ଧରି ଚାଲିଥିବା ୩ୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ୭୮ଟି ସ୍ବର୍ଣ୍ଣ ସହ ମୋଟ ୨୫୬ ପଦକ ସହ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ରହିଛି। ଏହା ୭୭ଟି ରୌପ୍ୟ ଓ ୧୦୧ଟି ବ୍ରୋଞ୍ଜ୍ ପଦକ ଜିତିଛି। ୬୮ଟି ସ୍ବର୍ଣ୍ଣ, ୬୦ଟି ରୌପ୍ୟ ଓ ୭୨ଟି ବ୍ରୋଞ୍ଜ୍ ସହ ହରିୟାଣା ୨ୟ ସ୍ଥାନରେ ରହିଛି। ୩୯ଟି ସ୍ବର୍ଣ୍ଣ, ୩୬ଟି ରୌପ୍ୟ ଓ ୪୭ଟି ବ୍ରୋଞ୍ଜ୍ ସହ ଦିଲ୍ଲୀ ୩ୟ ସ୍ଥାନରେ ରହିଛି। ଓଡ଼ିଶା ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ସହ ୨୧ଟି ପଦକ ସହ ୧୬ତମ ସ୍ଥାନ ହାସଲ କରିଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ମୁଖ୍ୟ ଅତିଥି ଥିଲେ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସାରାଦେଶରୁ ଆସିଥିବା ହଜାର ହଜାର କ୍ରୀଡ଼ାବିତ୍‌ଙ୍କୁ ବିଦାୟ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲି ଓ ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଉତ୍ସବରେ ଉପସ୍ଥିତ ଥିଲେ। ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୮୦୦ କ୍ରୀଡ଼ାବିତ୍ ୨୦ଟି କ୍ରୀଡ଼ାରେ ପ୍ରତିଯୋଗିତା କରିଥିଲେ। ଏହି କ୍ରୀଡ଼ା ୧୦ରୁ ଆରମ୍ଭ ହୋଇଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories