ଓଏନ୍‍ଜିସିର ୧୩ ଅଧିକାରୀଙ୍କ ନାମରେ ମାମଲା

0

ନୂଆଦିଲ୍ଲୀ: ୮୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଓଏନ୍‍ଜିସିର ୧୩ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ କେତେଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅଛନ୍ତି। ସମ୍ପୃକ୍ତି ଅଧିକାରୀମାନେ ୨୦୧୪ରେ ବେଆଇନ୍‍ ଭାବେ ଦୀପ୍‍ ଇଣ୍ଡଷ୍ଟ୍ରି ଲିମିଟେଡ୍‍ ନାମକ ଏକ ଘରୋଇ ସଂସ୍ଥାକୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିଠାରେ ଗ୍ୟାସ୍‍ ୟୁନିଟ୍‍ ସ୍ଥାପନା ପାଇଁ ଅନୁମତି ଦେଇଥିବା ଅଭିଯୋଗ ଆସିଥିଲା। ସିବିଆଇ ଦ୍ୱାରା ପ୍ରସ୍ତୁତ ଅଭିଯୁକ୍ତ ତାଲିକାରେ ଓଏନ୍‍ଜିସିର ପୂର୍ବତନ ନିର୍ବାହୀ ନିର୍ଦେଶକ ଡି ଜି ସାନ୍ୟାଲ୍‍, ପୂର୍ବତନ ନିର୍ଦେଶକ ଅଶୋକ ବର୍ମା, ପୂର୍ବତନ ମହାପ୍ରବନ୍ଧକ ଅରୁପ ରତନ ଦାସ୍‍ଙ୍କ ନାମ ଥିବା ଜଣାପଡ଼ିଛି।

Leave A Reply