www.samajalive.in
Sunday, December 7, 2025
26.1 C
Bhubaneswar

ଟିଣ୍ଡର ଆପରୁ ପ୍ରେମ, ବ୍ଲାକ୍‌ମେଲିଂ ମାମଲା; ଅଭିଯୋଗକାରୀଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ଟିଣ୍ଡର ଆପରୁ ପ୍ରେମ ଓ ପରେ ବ୍ଲାକ୍‌ମେଲିଂ ମାମଲାରେ ଚନ୍ଦ୍ରଶେଖରପୁର ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅପହରଣ, ଚୋରି ଓ ଠକେଇ ମାମଲାରେ ଯୁବତୀଙ୍କ ସମେତ ୩ ସହଯୋଗୀଙ୍କୁ ଗିରଫ କରାଯାଇ ଥିବା ବେଳେ ନିଶା ଦେଇ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଘରୋଇ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଟିଣ୍ଡର ଆପରେ ଜଣେ ଅଧ୍ୟାପିକାଙ୍କ ସହ ବ୍ୟାଙ୍କ ଅଧିକାରୀ ସୁନୀଲ ମିଶ୍ରଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଅଧ୍ୟାପିକା ଜଣଙ୍କ ନିଜର କିଛି ସହଯୋଗୀମାନଙ୍କ ସହ ମିଶି ସୁନୀଲଙ୍କୁ ଅପହରଣ କରିବା ସହ ୫ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ସୁନୀଲ ଓ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ସଂପୃକ୍ତ ଅଧ୍ୟାପିକାଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ଏହା ପରେ ଏହି ମାମଲା ନୂଆ ମୋଡ ନେଇଥିଲା। ନିଶା ଦେଇ ସୁନୀଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଧ୍ୟାପିକା ଜଣଙ୍କ ପାଲଟା ଅଭିଯୋଗ କରିଥିଲେ। ଦୁଇଟି ଅଭିଯୋଗ ଆଧାରରେ ପୁଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଉଭୟ ଅଭିଯୋଗକାରୀଙ୍କ ସମେତ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories