www.samajalive.in
Tuesday, December 9, 2025
26.1 C
Bhubaneswar

କ୍ୱାର୍ଟର୍ସରୁ ୪ଜଣଙ୍କ ମୃତଦେହ ଜବତ ଘଟଣା: ଶ୍ବାସରୁଦ୍ଧରୁ ସମସ୍ତଙ୍କର ମୃତ୍ୟୁ – ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଆଇ.ଟି କଲୋନୀ କ୍ୱାର୍ଟର୍ସରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁର କାରଣ ଉପରୁ ପରଦା ଉଠିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ନୁହେଁ ବରଂ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି।

ସୂଚନାଯୋଗ୍ୟ, ଆଇ.ଟି କଲୋନୀ କ୍ୱାର୍ଟର୍ସରେ ଭଡାରେ ରହୁଥିବା ରଞ୍ଜିତ ପ୍ରାସାଦଙ୍କ ଘରୁ ଦୁର୍ଗନ୍ଧ ବାହାରିବା ପରେ ଶୁକ୍ରବାର ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟକୁ ଭଙ୍ଗି ଚାରୋଟି ମୃତଦେହକୁ ଉଦ୍ଧାର କରାଯାଇଥିଲଶ। ପାରିପାର୍ଶ୍ବିକ ଦୃଷ୍ଟିରୁ ବିଷାକ୍ତ ଖାଦ୍ୟ ଖାଇ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା। ଏହା ସହ ଶୀତ ଦିନ ହୋଇଥିବାରୁ ନିଆଁ ପୁଇଁବା ପାଇଁ ଘର ମଧ୍ୟରେ ନିଆଁ ଜଳାଯାଇଥିଲା ଏବଂ ସେହି ଧୂଆଁରେ ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସନ୍ଦେହ କରାଯାଉଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories