www.samajalive.in
Monday, December 8, 2025
14.1 C
Bhubaneswar

ଦେଶରେ ପ୍ରତିଷ୍ଠା ହେବ ୧୦୨୩ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ତଥା ମହିଳାଙ୍କ ସହ ଏଭଳି ଜଘନ୍ୟ ଅପରାଧ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ମହିଳା ଓ ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଅପରାଧ ଉପରେ ଅଂକୁଶ ଲଗାଇବା ଲାଗି ଯୌନ ଅପରାଧ ସହ ଜଡ଼ିତ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରି ମାମଲା ସମାଧାନ ଲାଗି ଅଧିକ କଠୋର ଆଇନଗତ ବ୍ୟବସ୍ଥା ଏବଂ ଶୀଘ୍ର ଶୁଣାଣି ନିମନ୍ତେ ଭାରତ ସରକାର ଅପରାଧିକ ଆଇନ (ସଂଶୋଧନ) ଅଧିନିୟମ, ୨୦୧୮ ଲାଗୁ କରିଛନ୍ତି।

ଜାତୀୟ ମହିଳା ସୁରକ୍ଷା ମିଶନର ଅଂଶବିଶେଷ ସ୍ୱରୂପ କେନ୍ଦ୍ର ସରକାର ସାରା ଦେଶରେ ୧୦୨୩ଟି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ପଡ଼ି ରହିଥିବା ମାମଲା (୩୧.୦୩.୨୦୧୮ ସୁଦ୍ଧା ମୋଟ ପଡ଼ି ରହିଥିବା ମାମଲା ସଂଖ୍ୟା ୧,୬୬,୮୮୨)ଗୁଡ଼ିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି କରାଯିବ। ଆହୁରି ରିଟ ପିଟିସନ (ଅପରାଧିକ) ସଂଖ୍ୟା ୦୧/୨୦୧୯, ତା ୨୫.୦୭.୨୦୧୯ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଅନୁସାରେ ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୧୦୨୩ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତ ମଧ୍ୟରୁ କେବଳ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ଶୁଣାଣି ଲାଗି ୩୮୯ ଅଦାଲତ ପ୍ରତିଷ୍ଠା କରାଯିବ। ଏସବୁ ସେହି ଜିଲ୍ଲାଗୁଡ଼ିକରେ ଗଠନ କରାଯିବାର ପ୍ରସ୍ତାବ ରହିଛି, ଯେଉଁଠି ଏପରି ୧୦୦ରୁ ଅଧିକ ମାମଲା ପଡ଼ିରହିଛି। ଏହି ଯୋଜନା ସମ୍ପର୍କରେ ସମସ୍ତ ସମ୍ପୃକ୍ତ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସନକୁ ସେପ୍ଟେମ୍ବର ୨୦୧୯ରେ ସୂଚିତ କରି ଦିଆଯାଇଛି। ସବୁ ରାଜ୍ୟ ଏପରି ଅଦାଲତ ଗଠନ କରିବା ଏବଂ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ୟ୍ୟକାରୀ କରିବା ସହ ଏପରି ଅପରାଧ ନିରାକରଣ ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

- Advertisement -

୩୫୪ଟି ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ସମେତ ୭୯୨ଟି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୨୪ଟି ସାମିଲ ହୋଇସାରିଲେଣି। ଏସବୁ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଦିଲ୍ଲୀ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଚଣ୍ଡିଗଡ଼ କେନ୍ଦ୍ରଶାସିତ ପ୍ରଦେଶ, ଉତରାଖଣ୍ଡ ଏବଂ ଉତରପ୍ରଦେଶ। ଭାରତ ସରକାରଙ୍କ ନ୍ୟାୟ ବିଭାଗ ଏପରି ଅଦାଲତ ଗଠନ କରିବା ଲାଗି ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ସରକାରଙ୍କୁ ଲଗାତାର ସହାୟତା ପ୍ରଦାନ କରିଆସୁଛନ୍ତି। ଫଳରେ ମହିଳା ଓ ନାବାଳିକାଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ହୋଇପାରିବ ଏବଂ ସେମାନଙ୍କୁ ଦେଶରେ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରାଯାଇପାରିବ। ଏହି ଯୋଜନା ଅନ୍ତର୍ଗତ ବର୍ତମାନ ୧୨ଟି ରାଜ୍ୟରେ ୨୧୬ଟି ପୋକ୍ସେ ଅଦାଲତ କାର୍ୟ୍ୟକ୍ଷମ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories