www.samajalive.in
Sunday, December 7, 2025
23.1 C
Bhubaneswar

ନିର୍ଭୟାର ନ୍ୟାୟ ଯାତ୍ରା – କେଉଁ ତାରିଖରେ କଣ ଘଟିଥିଲା?

ଡିସେମ୍ବର ୧୬, ୨୦୧୨: ଦିଲ୍ଲୀରେ ଏକ ଚଳନ୍ତା ବସରେ ରାମ ସିଂ, ମୁକେଶ ସିଂ, ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା ଓ ଜଣେ ନାବାଳକ ନିର୍ଭୟାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ
ଜାନୁଆରୀ ୩, ୨୦୧୩: ଦିଲ୍ଲୀ ପୁଲିସ ଦ୍ୱାରା ଅଭିଯୁକ୍ତ ୫ ଜଣଙ୍କ ବିରୁଦ୍ଧରେ ଚାର୍ଜ ସିଟ ଦାଖଲ କଲେ
ଜାନୁଆରୀ ୨୮, ୨୦୧୩: ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଦ୍ୱାରା ବିଚାର ପାଇଁ ନିଷ୍ପତ୍ତି
ଫେବୃଆରୀ ୨, ୨୦୧୩: ୫ ଜଣ ଅଭିଯୁକ୍ତଙ୍କ ଉପରେ ହତ୍ୟା ସମେତ ୧୩ଟି ସଂଗୀନ ଧାରାଯୁକ୍ତ ଚାର୍ଜ ସିଟ ଦାଖଲ କରାଗଲା
ମାର୍ଚ୍ଚ ୧୧, ୨୦୧୩: ତିହାର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତ ବସ ଚାଳକ ରାମ ସିଂ ଆତ୍ମହତ୍ୟା କଲେ
ମାର୍ଚ୍ଚ ୨୧, ୨୦୧୩: ଦେଶରେ ଦୁଷ୍କର୍ମ ସମ୍ପର୍କିତ ଦଣ୍ଡବିଧାନ ଆଇନରେ ପରିବର୍ତ୍ତନ ହେଲା
ଅଗଷ୍ଟ ୩୧, ୨୦୧୩: ନାବାଳକ ଗଣଦୁଷ୍କର୍ମକାରୀଙ୍କୁ ୩ ବର୍ଷ ସୁଧାର ଗୃହରେ ରଖିବାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିଷ୍ପତ୍ତି
ସେପ୍ଟେମ୍ବର ୧୦, ୨୦୧୩: ଫାଷ୍ଟ ଟ୍ରାକ କୋର୍ଟରେ ମୁକେଶ, ବିନୟ, ଅକ୍ଷୟ ଓ ପବନ ଦୋଷୀ ସାବ୍ୟସ୍ତ
ସେପ୍ଟେମ୍ବର ୧୩, ୨୦୧୩: ଅଭିଯୁକ୍ତ ଚାରି ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ଫାଷ୍ଟ ଟ୍ରାକ କୋର୍ଟ, ଦଣ୍ଡବିଧାନ ସ୍ୱୀକୃତ ପାଇଁ ଦିଲ୍ଲୀ ହାଇକୋର୍ଟକୁ ପଠାଇଲେ ବିବରଣୀ
ନଭେମ୍ବର ୧, ୨୦୧୩: ଦୈନଦିନ ଶୁଣାଣି ଆରମ୍ଭ କଲେ ଦିଲ୍ଲୀ ହାଇକୋର୍ଟ
ମାର୍ଚ୍ଚ ୧୩, ୨୦୧୪: ଦିଲ୍ଲୀ ହାଇକୋର୍ଟ ଚାରି ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ
ଡିସେମ୍ବର ୨୦, ୨୦୧୫: ଅନ୍ୟତମ ଅଭିଯୁକ୍ତ ନାବାଳକର ମୁକ୍ତି ଉପରେ ରହିତାଦେଶ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ଏପ୍ରିଲ ୩, ୨୦୧୬: ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ
ମାର୍ଚ୍ଚ ୨୭, ୨୦୧୭: ଏକ ବର୍ଷ ଶୁଣାଣି ପରେ ରାୟ ସଂରକ୍ଷିତା ରଖିଲେ ସୁପ୍ରିମକୋର୍ଟ
ମେ ୫, ୨୦୧୭: ସୁପ୍ରିମକୋର୍ଟ ଅଭିଯୁକ୍ତ ଚାରି ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ
ଜୁଲାଇ ୯, ୨୦୧୮: ଅଭିଯୁକ୍ତ ପବନ, ମୁକେଶ ଓ ବିନୟ ଦ୍ୱାରା ଆଗତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଡିସେମ୍ବର ୧୩, ୨୦୧୮: ଫାଶୀ ଦଣ୍ଡାଦେଶ ଶୀଘ୍ର କାର୍ଯ୍ୟକାରି ନେଇ ନିର୍ଭୟା ପିତାମାତାଙ୍କ ଦ୍ୱାରା ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ
ଅକ୍ଟୋବର ୨୯, ୨୦୧୯: ଅଭିଯୁକ୍ତମାନଙ୍କୁ ତିହାର ଜେଲ ପକ୍ଷରୁ କ୍ଷମା ପ୍ରାଥନା ଆବେଦନ ପାଇଁ ୭ ଦିନ ସମୟ ଦେଲେ
ନଭେମ୍ବର ୮, ୨୦୧୯: ଦିଲ୍ଲୀ ସରକାରଙ୍କ ପାଖରେ କ୍ଷମା ପ୍ରାଥନା ଆବେଦନ କରାଗଲା
ନଭେମ୍ବର ୨୯, ୨୦୧୯: ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ଆବେଦନକୁ ଖାରଜ କଲେ
ନଭେମ୍ବର ୩୦, ୨୦୧୯: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏହାକୁ ପ୍ରତ୍ୟାଖାନ କରିବା ସହ ଗୃହ ମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଇଲେ
ଡିସେମ୍ବର ୧, ୨୦୧୯: ଗୃହ ମନ୍ତ୍ରୀ ଏହି ଆବେଦନକୁ ପ୍ରତ୍ୟାଖାନ କରିବା ସହ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇଲେ
ଡିସେମ୍ବର ୨, ୨୦୧୯: ଉପରାଜ୍ୟପାଳ ମଧ୍ୟ ଆବେଦନ ପ୍ରତ୍ୟାଖାନ କଲେ
ଡିସେମ୍ବର ୬, ୨୦୧୯: ଦିଲ୍ଲୀ ସରକାର ଆବେଦନ ପତ୍ରକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇଲେ
ଡିସେମ୍ବର ୧୦, ୨୦୧୯: ଅଭିଯୁକ୍ତ ଅକ୍ଷୟ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ପତ୍ର ଦାଖଲ କଲା
ଡିସେମ୍ବର ୧୮, ୨୦୧୯: ସୁପ୍ରୀମକୋର୍ଟ ପୁନର୍ବିଚାର ଆବେଦନ ପତ୍ରକୁ ଗ୍ରହଣ କଲେ ନାହିଁ
ଜାନୁଆରୀ ୭, ୨୦୨୦: ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିଯୁକ୍ତ ଚାରିଜଣଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଡେଥ ୱାରଣ୍ଟ ଜାରି କଲେ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories