www.samajalive.in
Sunday, December 7, 2025
18.1 C
Bhubaneswar

ଓଏଏସ ପରୀକ୍ଷାରେ ୨୭ନଂରେ ସମ୍ବଲପୁରର ବିନୟ

ସମ୍ବଲପୁର: ସମ୍ବଲପୁର ଏସଆରଆଇଟି କଲୋନୀର ବାସିନ୍ଦା ବିନୟ କୁମାର ପଟେଲ ଓପିଏସି ଦ୍ୱାରା ଆୟୋଜିତ ଓଡିଶା ପ୍ରଶାସନିକ ସେବା (ଓଏଏସ) – ୨୦୧୮ ପରୀକ୍ଷାରେ ୨୭ ନଂ ସ୍ଥାନରେ  ରହି କୃତକାର୍ଯ୍ୟ ହୋଇଛନ୍ତି। ଅବସରପ୍ରାପ୍ତ ପୁଲିସ ଅଧିକାରୀ (ଏଆଇଜି) ବିନୋଦ ବିହାରୀ ପଟେଲ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଡିପାର୍ଟମେଣ୍ଟଣ୍ଟ ଅଫ ଲାଇଫ ସାଇନ୍ସର ମୁଖ୍ୟ ପ୍ର. ଡ. ବିନତା ନାୟକଙ୍କ ସୁପୁତ୍ର ହେଉଛନ୍ତି ବିନୟ।

ସମ୍ବଲପୁରର ସେନ୍ଟ ଯୋଶେଫ କନଭେନ୍ଟ ସ୍କୁଲରୁ ମାଟ୍ରିକ, ଯୁକ୍ତ ଦୁଇ ସ୍ମେଲଟର ସିନିୟର ସେକେଣ୍ଡାରୀ ସ୍କୁଲ ଏବଂ ଇଲୋକଟ୍ରନିକ୍ସ ଓ ଟେଲି କମ୍ୟୁନିକେଶନ ଇଞ୍ଜିନିୟରିଙ୍ଗରେ ବି.ଟେକ. ପାସ କରିଥିବା ବିନୟ ତାଙ୍କର ତୃତୀୟ ଉଦ୍ୟମରେ କୃତକାର୍ଯ୍ୟ ହୋଇ ସାରା ରାଜ୍ୟରେ ଓପିଏସିରେ ୨୭ ତମ ରାଙ୍କ ରଖିଛନ୍ତି। ବି.ଟେକ. ପାସ କରିବା ପରେ ସେ ୩ ବର୍ଷ ଧରି ଟାଟା କନସଲଟେନସି ସର୍ଭିସରେ କାର୍ଯ୍ୟ କରିବା ପରେ ୟୁପିଏସି ଓ ଓପିଏସି ପରୀକ୍ଷାର ପ୍ରସ୍ତୁତି ପାଇଁ ଚାକିରୀ ଛାଡି ଦେଇ ଲାଗି ପଡିଥିଲେ। ଦୁଇ ଥର ସେ ଓପିଏସିରେ ମେନ ପରୀକ୍ଷା ପର୍ଯ୍ୟନ୍ତ ଯାଇଥିବା ବେଳେ ଅକୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ସେଥିରେ ସେ ଭାଙ୍ଗି ନ ପଡି ପୁଣି କୃତକାର୍ଯ୍ୟ ହେବା ପାଇଁ ଲାଗି ପଡିଥିଲେ ଏବଂ ତୃତୀୟ ଥରରେ ସେ ସଫଳତାର ସ୍ୱାଦ ଚାଖି ପାରିଥିଲେ ବୋଲି କହିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ତାଙ୍କର ବାପା, ମାଁ, ଭାଇ, ଆଈ ଏବଂ କଠିନ ତଥା ନିଷ୍ଠାପର ପରିଶ୍ରମ କୁ ଦେଇଛନ୍ତି। ଦୁଇ ଥର ବିଫଳ ହେବା ସତ୍ୱେ ପୁରା ପରିବାର ତାଙ୍କୁ ସବୁ ସମୟରେ ସାହାସ ଦେଇ ସଫଳତା ଲାଭ କରିବା ପାଇଁ ପ୍ରେରିତ କରିଥିଲେ।

- Advertisement -

ଏବେ ସେ ୟୁପିଏସି – ୨୦୧୯ ର ମେନ ପରୀକ୍ଷା ମଧ୍ୟ ଦେଇଛନ୍ତି ଏବଂ ସେଥିରେ ମଧ୍ୟ କୃତକାର୍ଯ୍ୟ ହେବାର ସେ ଆଶା କରିଛନ୍ତି। ମୁଖ୍ୟତଃ ଦୁଇଟି ଲକ୍ଷ୍ୟ ନେଇ ପ୍ରଶାସନିକ ସେବା କ୍ଷେତ୍ରକୁ ଆସିଛନ୍ତ ବୋଲି ‘ସମାଜ’ ସହିତ କଥାବାର୍ତ୍ତା ସମୟରେ ବିନୟ କହିଛନ୍ତି। ସେ କହିଛନ୍ତି ପ୍ରଶାସନିକ ସେବାରେ ଶିଖିବାର ଓ ଜନ ସେବାର ବହୁ ସୁଯୋଗ ରହିଛ। ପ୍ରଥମତଃ ଉତ୍ତମଜନ ସର୍ମ୍ପକ ସହିତ ଜନସେବାର ବହୁ ସୁଯୋଗ ରହିଛି। ଦ୍ୱିତୀୟତଃ ପ୍ରଶାସନିକ ସେବା କ୍ଷେତ୍ରରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ଥିବା ସହିତ ଏଥିରୁ ବହୁ କିଛି ଶିକ୍ଷା କରି କରିହେବ ବୋଲି ବିନୟ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories