www.samajalive.in
Wednesday, December 10, 2025
15.1 C
Bhubaneswar

ପୁରୀ ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବୟାନ – ଫସାଇଦେଲେ ସହକର୍ମୀ ଓ ଦଲାଲ

ପୁରୀ: ମୁଁ ନିର୍ଦ୍ଦୋଷ, ଏଭଳି କୌଣସି ଦୁଷ୍କର୍ମ କରିନାହିଁ, ବଳଙ୍ଗା ପୁଲିସ ଷ୍ଟେସନର ଜଣେ ଅଧିକାରୀ ଓ ଦଲାଲ ମୋତେ ଫସାଇବା ପାଇଁ ଚକ୍ରାନ୍ତ କରିଛନ୍ତି। ଏଭଳି କିଛି ବୟାନ ଦେଇଛନ୍ତି ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ। ଅଭିଯୋଗ ମୁତାବକ ୨୦୧୯ ଏପ୍ରିଲ ମାସରେ ଜନୈକ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କୁ ଥାନାରୁ ମୁକୁଳାଇବାକୁ ଯାଇଥିଲେ କିନ୍ତୁ ଏଏସଆଇ ଚିତ୍ତରଞ୍ଜନ ଦଫା କୋହଳ କରିଦେବା ପ୍ରତିଶୃତି ଦେଇ ନିଜ ବାସଭବନରେ ସମ୍ପୃକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଇତି ମଧ୍ୟରେ ଚିତ୍ତରଞ୍ଜନଙ୍କ ବିରୋଧରେ ବଳଙ୍ଗା ଥାନାରେ କେସ ନମ୍ବର ୨/୨୦୨୦ରେ ମାମଲା ରୁଜ୍ଜୁ ହେବା ସହ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ଓ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି।

ଦୁଷ୍କର୍ମ ଶିକାର ମହିଳାଙ୍କ ସ୍ୱାମୀଙ୍କୁ କେଉଁ ଘଟଣାରେ ଗିରଫ କରାଯାଇଥିଲା ଓ କେଉଁ ଦଫା ଲଗା ଯାଇଛି ସେ ସମ୍ପର୍କରେ ପୁଲିସ ନୀରବ ରହିଛି। ଅନ୍ୟ ପକ୍ଷରେ ଘଟଣା ଘଟିବାର ୯ମାସ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ମହିଳା ଜଣକ କାହିଁକି ଅଭିଯୋଗ କରି ନ ଥିଲେ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି। ତେବେ ଗିରଫ ଚିତ୍ତରଞ୍ଜନଙ୍କ ବୟାନ ଯଦି ସତ ହୁଏ ତା ହେଲେ ରାଜ୍ୟରେ ଥାନାଗୁଡିକରେ ସରକାରଙ୍କ ‘୫ଟି’ ଏବେ ମଧ୍ୟ ଅପହଞ୍ଚ ରହିଛି ଓ ଦଲାଲମାନେ ପୂର୍ବ ଭଳି ସକ୍ରିୟ ରହିଥିବା ପ୍ରମାଣିତ ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories