www.samajalive.in
Tuesday, December 9, 2025
16.1 C
Bhubaneswar

ନାଗରିକତା ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମମତା; ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ବିକ୍ଷୋଭ ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିରୋଧୀ ଦଳଗୁଡ଼ିକଙ୍କ ପ୍ରତିବାଦ ଥମୁନାହିଁ। ଶୁକ୍ରବାର ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆଇନ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ଶିଲିଗୁଡ଼ିରେ ମମତା ତାଙ୍କ ସମର୍ଥକମାନଙ୍କ ସହିତ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଅନ୍ୟପଟେ ରାଜଧାନୀ ନୂଆଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିରୋଧ ଜାରି ରହିଛି। ଦିଲ୍ଲୀର ଶାହୀନ ବାଗରେ ବିକ୍ଷୋଭକାରୀମାନେ ବିଗତ ୨୦ ଦିନ ଧରି ଧାରଣାରେ ବସିଛନ୍ତି। ଶୁକ୍ରବାର ମୁମ୍ବଇରେ ଜମାତ-ଏ-ଇସଲାମୀ ଏବଂ ଶିବସେନା ପକ୍ଷରୁ ଆଇନ ବିରୋଧରେ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ରହିଛି।

ସିଲିଗୁଡ଼ିରେ ମମତା ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଏବଂ ସିଏଏ ବିରୋଧରେ ଲଢ଼େଇ କରୁଛି। ମୋ ସହିତ ସମସ୍ତେ ସାମିଲ ହୁଅନ୍ତୁ। ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ଆଗକୁ ଆସନ୍ତୁ ଏବଂ ଆମ ଗଣତନ୍ତ୍ରର ରକ୍ଷା କରନ୍ତୁ। ଭାରତର ପ୍ରଧାନମନ୍ତ୍ରୀ ହୋଇ ସବୁବେଳେ ପାକିସ୍ତାନର କଥା କହୁଛନ୍ତି। କାହିଁକି ? ଆମେ ଭାରତୀୟ। ଆମେ ଆମ ଜାତୀୟ ପ୍ରସଙ୍ଗ ବିଷୟରେ ଆଲୋଚନା କରିବୁ।

- Advertisement -

ମମତାଙ୍କ ଏହି ରାଲି ସମ୍ପର୍କରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି, ବିରୋଧୀମାନେ ଛୋଟ ଛୋଟ ରାଜନୈତିକ ଫାଇଦା ହାସଲ କରିବାକୁ ସିଏଏ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି। ବିରୋଧୀମାନେ ସାମ୍ପ୍ରଦାୟିକ ଭାବନା ଏବଂ ମୁସଲିମ ସମୁଦାୟକୁ ଉତ୍ତେଜିତ କରାଇ ଅବାଟରେ ଯିବା ଲାଗି ପ୍ରରୋଚିତ କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories