www.samajalive.in
Sunday, December 7, 2025
23.1 C
Bhubaneswar

ଦେଶ ଛାଡ଼ିବାକୁ ନିର୍ଦେଶ ମିଳିବା ପରେ ଫେସବୁକରେ ‘ସମସ୍ତଙ୍କୁ ଧନ୍ୟବାଦ’ ଜଣାଇଲେ ନରୱେର ମହିଳା ପର୍ଯ୍ୟଟକ

ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଅଡୁଆରେ ପଡ଼ିଛନ୍ତି ନରୱେର ଜଣେ ମହିଳା ପର୍ଯ୍ୟଟକ। କେରଳରେ ସେ ଏହି ଆନ୍ଦୋଳନରେ ସାମିଲ ହୋଇ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ପରେ ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ବିଦେଶ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ(ଏଫଆରଆରଓ) ପକ୍ଷରୁ କୁହାଯାଇଛି। ଏହି ପର୍ଯ୍ୟଟକଙ୍କ ନାମ ହେଉଛି ଜେନ୍‌ ମେଟ୍ଟେ ଜୋହାନସନ। ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପରେ ସେ ଫେସବୁକରେ ଆଉ ଏକ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ବୋଲି ଉଲ୍ଲେଖ କରିଛନ୍ତି।

୭୪ ବର୍ଷୀୟା ଜୋହାନସନ ୨ମାସ ତଳେ ପର୍ଯ୍ୟଟକ ଭିଜାରେ ଭାରତ ଆସିଥିଲେ। କିନ୍ତୁ ଗତ ସୋମବାର ସେ କେରଳରେ ଲେଖକ, ଚଳଚ୍ଚିତ୍ର କଳାକାରଙ୍କ ପକ୍ଷରୁ ଆୟୋଜିତ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହା ପରେ ନିଜର ଏକ ଫଟୋ ଶେୟାର କରିଥିଲେ। ଏହା ସହିତ ସେ ଲେଖିଥିଲେ, ରାଲି ଅତନ୍ତ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। କୌଣସି ଦଙ୍ଗା ହୋଇ ନ ଥିଲା। ଲୋକମାନେ କେବଳ ସେମାନଙ୍କ ସ୍ବର ଉତ୍ତୋଳନ କରିଥିଲେ। ପୁଲିସ ବି ବହୁତ ସହଯୋଗ କରିଥିଲା। ଏହା ପରେ ତାଙ୍କୁ ଏଫଆରଆରଓ ପକ୍ଷରୁ ଗୁରୁବାର ସମନ ଜାରି କରାଯାଇଥିଲା। ସେ କାର୍ଯ୍ୟାଳୟରେ ହାଜର ହେବା ପରେ ସିଏଏ ରାଲିରେ ସାମିଲ ହେବା ନେଇ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହା ପରେ ସେ ଭିଜା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦେଶ ଛାଡ଼ି ଫେରିଯିବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଏଫଆରଆରଓ ଭାରତରେ ବିଦେଶୀମାନଙ୍କ ପଞ୍ଜୀକରଣ, ଚଳପ୍ରଚଳ ଏବଂ ରହଣୀ ଉପରେ ନଜର ରଖିଥାଏ। ଜୋହାନସନ ପର୍ଯ୍ୟଟକ ଭିଜାରେ ଭାରତ ବୁଲିବାକୁ ଆସି ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏହା ଭିଜା ନିୟମକୁ ଉଲ୍ଲଂଘନ କରିଥିବା କୁହାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories