www.samajalive.in
Tuesday, December 9, 2025
16.1 C
Bhubaneswar

ଅନୀଲଙ୍କ ‘ମଲଙ୍ଗ୍‍’ ଲୁକ୍‍

ମୁମ୍ବଇ: ନୂଆ ବର୍ଷରେ ମୁକ୍ତିଲାଭ ହେବାକୁ ଥିବା ଆଦିତ୍ୟ ରୟ କପୁର ଓ ଦୀଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ୍‍’ରେ ଅନୀଲ କପୁରଙ୍କ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି। ନିଜ ଜନ୍ମଦିନ ଅବସରରେ ଅନୀଲ ସାମାଜିକ ଗଣମାଧ୍ୟମରେ ଏହି ଲୁକ୍‍ ଶେୟାର କରିଛନ୍ତି।

https://www.instagram.com/p/B6chaLBB3kP/?utm_source=ig_web_copy_link

- Advertisement -

ଫଟୋରୁ ଜଣାପଡ଼ୁଛି, ଅନୀଲ୍‍ ପୁଣିଥରେ ଏକ ପ୍ରଭାବଶାଳୀ ଅବତାରରେ ନଜର ଆସିବେ। ଚଳଚ୍ଚିତ୍ରରେ ସେ ଜଣେ ଖଳ ପ୍ରକୃତିର ପୁଲିସ ଭୂମିକାରେ ଅଭିନୟ କରିଥିବା ଏହି ଫଟୋରୁ ଅନୁମାନ କରାଯାଉଛି। ଏଥିରେ ତାଙ୍କୁ ପୁଲିସ ପୋଷାକ ପିନ୍ଧି ଚେୟାରରେ ବସିଥିବା ଦେଖିବାକୁ ମିିଳିଛି। ଏହା ସହିତ ପୋଷାକର ବଟନ୍‍ ଖୋଲା ଅଛି ଓ ହାତରେ ଟାଟୁ, ଆଖିରେ ନାଲି ଚଷମା ପିନ୍ଧିଛନ୍ତି। ଲୋକେ ଅନୀଲଙ୍କ ଏହି ଅବତାରକୁ ବହୁତ ପସନ୍ଦ କରୁଛନ୍ତି। ଖୁବ୍‍ କମ୍‍ ସମୟରେ ହଜାର ହଜାର ସଂଖ୍ୟକ ଲୋକେ ଫଟୋକୁ ଲାଇକ୍‍ ଓ ଶେୟାର କରିଛନ୍ତି।
ସୂଚନା ଅନୁସାରେ, ‘ମଲଙ୍ଗ୍‍’ ଏକ ରୋମାଣ୍ଟିକ୍‍-ହରର୍‍ ଚଳଚ୍ଚିତ୍ର। ଏହା ୧୪ ଫେବୃଆରୀ ଭାଲେଣ୍ଟାଇନ୍‍ ଡେ’ ଅବସରରେ ପରଦାକୁ ଆସିବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories