www.samajalive.in
Tuesday, December 9, 2025
23.1 C
Bhubaneswar

ବାରବାଟୀ ଦିନିକିଆ : ଚାରିଆଡେ କ୍ରିକେଟ ଜ୍ଵର… ଅଭ୍ୟାସ କଲେ ଦୁଇ ଦଳ

ବ୍ୟାପିଛି କ୍ରିକେଟ ଜ୍ଵର… ଭୁବନେଶ୍ଵରରୁ… ବାରବାଟୀ…। ବାଲେଶ୍ଵରରୁ ବଲାଙ୍ଗୀର…। ସମସ୍ତେ କ୍ରିକେଟ ଫିବର୍(ଜ୍ଵର)ରେ ଆକ୍ରାନ୍ତ । ସଜେଇ ହୋଇଛି ବାରବାଟୀ….। ତା’ ସହ ସଜେଇ ହୋଇଛି କଟକ ସହର…। ସମସ୍ତଙ୍କର ପ୍ରତୀକ୍ଷା । ଆସନ୍ତାକାଲି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ…। ସମସ୍ତଙ୍କ ମନରେ ଆଗ୍ରହ ଓ ଉତ୍କଣ୍ଠା…। କୂଲଦୀପ,କୋହଲି ଓ ରୋହିତଙ୍କୁ ନେଇ କେତେ କ’ଣ ଆଲୋଚନା…।  ପୁଣି ସିରିଜ୍ ୧-୧ରେ ଅମିମାଂସିତ ଥିବାରୁ ମ୍ୟାଚ ବେଶ ପ୍ରତିଦ୍ବନ୍ଦୀତାମୂଳକ ହେବ ବୋଲି ଅନୁମାନ କରାଯାଉଛି ।

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ତୃତୀୟ ତଥା ଚୁଡାନ୍ତ ମ୍ୟାଚ ରବିବାର ଅନୁଷ୍ଠିତ ହେବ । ଶନିବାର ଦୁଇଦଳର ଖେଳାଳୀ ବାରବାଟୀରେ ନେଟ୍ ପ୍ରକ୍ଟିସ(ଅଭ୍ୟାସ) କରିଛନ୍ତି ।  ଏହା ​ବାରବାଟୀରେ ହେବ ୨୧ ତମ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ । ୧୯୮୨ରେ କଟକରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଯଦିଓ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୨୦ଟି ମ୍ୟାଚ ମଧ୍ୟରୁ ୨ଟି ବାତିଲ ହୋଇଥିଲା ଏବଂ ୧୮ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୧୨ଟି ମ୍ୟାଚ ଜିତିଛି ଏବଂ କ୍ରମାଗତ ଭାବେ ୬ଟି ବିଜୟ ହାସଲ କରିଛି। ତେଣୁ ବାରବାଟୀ ଯେ, ଭାରତ ପାଇଁ ଫେବରାଇଟ ତାହା ପ୍ରମାଣିତ ହୋଇଛି ।

- Advertisement -

ତେଣୁ ଆସନ୍ତାକାଲିର ଫଳାଫଳ ଭାରତ ସପକ୍ଷରେ ଯିବାନେଇ କ୍ରୀଡା ସମୀକ୍ଷକ ମତ ଦେଉଛନ୍ତି । ଯଦିଓ ଆଇସିସି ମାନ୍ୟତାପ୍ରାପ୍ତ ବିଶ୍ଵର ଅଧିକାଂଶ ଦଳ ଏଠାରେ ମ୍ୟାଚ ଖେଳିଛନ୍ତି, ତେବେ ୱେଷ୍ଟଇଣ୍ଡିଜ ୪ର୍ଥ ଥର ପାଇଁ ମ୍ୟାଚ ଖେଳିବାକୁ ଯାଉଛି। ପୂର୍ବରୁ ଏଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଯାକ ମ୍ୟାଚରେ ଭାରତ ହିଁ ବିଜୟୀ ହୋଇଛି। ତେଣୁ ଭାରତର ପଲ୍ଲା ଭାରି ରହିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories