www.samajalive.in
Tuesday, December 9, 2025
15.1 C
Bhubaneswar

୨୦୦୮ ଜୟପୁର ସିରିଏଲ୍‍ ବୋମା ବିସ୍ଫୋରଣ – ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର: ୨୦୦୮ ଜୟପୁର ସିରିଏଲ୍‍ ବୋମା ବିସ୍ଫୋରଣ ମାମଲାରେ ରାଜସ୍ଥାନର ଏକ ସ୍ୱତନ୍ତ୍ର ଅଦାଲତ ୪ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ୨୦୦୮ ମସିହା ମେ ମାସ ୧୩ ତାରିଖରେ ଜୟପୁରର ୮ଟି ଭିନ୍ନ ଭିନ୍ନ ସ୍ଥାନରେ ସିରିଏଲ୍‍ ବିସ୍ଫୋରଣ ଘଟଣାରେ ୮୦ଜଣ ଲୋକ ପ୍ରାଣ ହରାଇଥିଲେ ଓ ୧୮୦ ଜଣ ଆହତ ହୋଇଥିଲେ। ମାଜିଷ୍ଟ୍ରେଟ୍‍ ଅଜୟ କୁମାର ଶର୍ମା ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିପାଇଁ କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସ୍ୱତନ୍ତ୍ର ସରକାରୀ ଓକିଲ ଚାନ୍ଦ ଗଣମାଧ୍ୟମକୁ କହିଛନ୍ତି, ଆଇ.ପି.ସି.ର ୩୦୨ ଧାରା ଅନୁସାରେ ବିଭିନ୍ନ ସ୍ଥାନରେ ବୋମା ଖଞ୍ଜିବା ଅପରାଧରେ ଅଦାଲତ ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।

ଗତ ବୁଧବାର ଦିନ ଅଦାଲତ ମହମ୍ମଦ ସୈଫ୍‍, ମହମ୍ମଦ ସରୱାର୍‍ ଆଜମି, ମହମ୍ମଦ ସଲମନ ଓ ସୈଫୁର୍‍ ରେହେମାନଙ୍କୁ ବିଭିନ୍ନ ଧାରା ଅନୁସାରେ ବେଆଇନ୍‍ କାର୍ଯ୍ୟକଳାପ ଲାଗି ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ସାହାବାଜ ହୁସେନଙ୍କୁ ଅଦାଲତ ଖଲାସ କରିଦେଇଛନ୍ତି। ପର୍ଯ୍ୟଟନ ନଗରୀ ଭାବରେ ସ୍ୱନାମ ଅର୍ଜନ କରିଥିବା ଜୟପୁରରେ ୨୦୦୮ ମେ ୧୩ ତାରିଖରେ ଦୁଇ କିଲୋମିଟର ପରିଧି ମଧ୍ୟରେ ଏହି ସିରିଏଲ୍‍ ବୋମା ବିସ୍ଫୋରଣ ଘଟିଥିଲା। ଏହି ପାଞ୍ଚ ଜଣଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଦିଲ୍ଲୀର ବାଟଲା ହାଉସ୍‍ ଏନ୍‍କାଉଣ୍ଟରରେ ପ୍ରାଣ ହରାଇଥିଲେ। ଆଉ ୫ ଅଭିଯୁକ୍ତ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories