www.samajalive.in
Sunday, December 7, 2025
18.1 C
Bhubaneswar

ସଂଶୋଧିତ ନାଗରିକତା ଆଇନ – ଦିଲ୍ଲୀ ଓ ୟୁପିରେ ଅବସ୍ଥା ଅସମ୍ଭାଳ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ଭାଗରେ ଦେଖା ଦେଇଥିବା ପ୍ରଦର୍ଶନ ଆଜି ଉଗ୍ର ରୂପ ଧାରଣ କରିଛି। ଗତ କାଲି ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ପ୍ରକାର ପ୍ରଦର୍ଶନକୁ ଅନୁମତି ଦିଆ ଯାଇନଥିବା ବେଳେ ଆଜି ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏହି ବିବାଦୀୟ ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ବିଭିନ୍ନ ଛକ, ପୁଲିସ ଚୌକି ଓ ପାର୍କିଙ୍ଗ ସ୍ଥଳୀରେ ଏକତ୍ରିତ ହୋଇଛନ୍ତି। ଆଜି ଦିନ ୧୨ଟା ରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିରୋଧ ପ୍ରଦର୍ଶନକୁ ମଧ୍ୟ ଦିଲ୍ଲୀ ପୁଲିସ ଅନୁମତି ଦେବାକୁ ମନାକରିଛି।

ସମଗ୍ର ଉତ୍ତରପ୍ରଦେଶରେ ଆଜି ୧୪୪ ଧାରା ଜାରି କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ.ପି. ସିଂହ ଏକ ଭିଡ଼ିଓ ବାର୍ତ୍ତାରେ କୌଣସି ପ୍ରକାର ବିକ୍ଷୋଭରେ ସାମିଲ ହେବାପାଇଁ ପିଲାମାନଙ୍କୁ ଅନୁମତି ନ ଦେବାପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟଥା ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରୁ ବିକ୍ଷୋଭ କିମ୍ବା ଅପ୍ରୀତିକର ଘଟଣାର ଖବର ମିଳିନଥିବାବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଇତିମଧ୍ୟରେ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ୍‍ ବିରୁଦ୍ଧରେ ବିକ୍ଷୋଭ ସମୟରେ ଘଟିଥିବା ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୧୮ଟି ଏଫ୍‍.ଆଇ.ଆର୍‍ ରୁଜୁ କରାଯାଇଛି।

- Advertisement -

ଦିଲ୍ଲୀରେ ଇଣ୍ଟରନେଟ, ଏସଏମଏସ ଏବଂ କଲ ସୁବିଧା ବନ୍ଦ ରଖାଯାଇଛି। ସରକାରଙ୍କ ନିର୍ଦ୍ଦେଶ ପରେ ଏଭଳି କରାଯାଇଥିବା ଦିଲ୍ଲୀ ଏଆରଟେଲର ଜଣେ ଅଧିକାରୀ କହିଛନ୍ତି। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖାଯିବ ବୋଲି ଜଣା ପଡିଛି। ଭୋଡାଫୋନ ମଧ୍ୟ ଦିଲ୍ଲୀରେ ତାର ସବୁ ସେବା ବନ୍ଦ କରିଦେଇ ଥିବା ଜଣାପଡିଛି। ଦିଲ୍ଲୀର ଉତ୍ତର ଏବଂ କେନ୍ଦ୍ରୀୟ ଜିଲ୍ଲା, ମଣ୍ଡି ହାଉସ, ସିଲାମପୁର, ଜାଫରବାଦ, ମୁସ୍ତାଫାଵାଦ, ଜାମିଆ ମିଲିଆ, ସାହିନ ବାଗ ଏବଂ ବୱାନା ଅଂଚଳରେ ଏହି ପଦକ୍ଷେପ ନିଆଯାଇଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories