ଜିଏସ୍‍ଟିରେ ସାମିଲ୍‍ ହୋଇପାରେ ପ୍ରାକୃତିକ ବାଷ୍ପ ଓ ଜେଟ୍‍ ଇନ୍ଧନ

0

ନୂଆଦିଲ୍ଲୀ: ପେଟ୍ରୋଲ୍‍ ଓ ଡିଜେଲ୍‍ ପୂର୍ବରୁ ପ୍ରାକୃତିକ ବାଷ୍ପ ଓ ଜେଟ୍‍ ଇନ୍ଧନକୁ ଜିଏସ୍‍ଟିରେ ସାମିଲ୍‍ କରାଯାଇପାରେ। ଏହାଫଳରେ ଏଲ୍‍ପିଜି ଦର ଶସ୍ତା ହେବ। ଏବେ ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ପ୍ରତିଦିନ ଦର ବୃଦ୍ଧି ପାଇ ଚାଲିଛି। ଭାରତରେ ତୈଳର ଏହି ବର୍ଦ୍ଧିତ ଦର ପାଇଁ ଉଭୟ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ସରକାରଙ୍କ ଟିକସ ହାର ଦାୟୀ ବୋଲି କୁହାଯାଉଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ନିୟନ୍ତ୍ରଣ ଉପରେ ଭାରତ ସରକାରଙ୍କ କର୍ତ୍ତୃତ୍ୱ ନଥିôବା ବେଳେ ସରକାର ଚାହିଁଲେ ଟିକସ ହ୍ରାସ କରି ଦର ନିୟନ୍ତ୍ରଣ କରିପାରନ୍ତେ। ତେଣୁ ପେଟ୍ରୋଲ୍‍ ଓ ଡିଜେଲ୍‍କୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଅପରପକ୍ଷରେ କେନ୍ଦ୍ର ସରକାର ଏହାକୁ ଏଡ଼ାଇ ଯାଉଛନ୍ତି। କାରଣ ଏବେ ତୈଳ ଦରର ଅର୍ଦ୍ଧାଧିକ ଟିକସ ଆକାରରେ ଆଦାୟ ହେଉଥିବା ବେଳେ ଜିଏସ୍‍ଟିରେ ସାମିଲ୍‍ ହେଲେ ସରକାରଙ୍କୁ ପ୍ରଭୂତ ରାଜସ୍ୱ କ୍ଷତି ସହିବାକୁ ପଡ଼ିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାକୃତିକ ବାଷ୍ପ ଓ ଜେଟ୍‍ ଇନ୍ଧନକୁ ଜିଏସ୍‍ଟିରେ ସାମିଲ୍‍ କରାଯାଇପାରେ ବୋଲି ସୂଚନା ମିଳିଛି।

Leave A Reply