www.samajalive.in
Monday, December 8, 2025
14.1 C
Bhubaneswar

କଂଗ୍ରେସର ଭାରତ ବଞ୍ଚାଅ ରାଲି: ପ୍ରିୟଙ୍କା କହିଲେ- ବିଜେପି ଅଛି ମାନେ ଦେଶର ସମ୍ବିଧାନ ବିପଦରେ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ଚାଷୀ ସମସ୍ୟାକୁ ନେଇ ମୋଦୀ ସରକାରକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ଶନିବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଭାରତ ବଞ୍ଚାଅ ରାଲି ଆୟୋଜନ କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ଏହି ଦେଶ ଅହିଂସାର ଦେଶ। ପରସ୍ପରର ହାତ ଧରି ଚାଲିବାର ଦେଶ। ନ୍ୟାୟର ଲଢ଼େଇ ଲଢ଼ିବାଠାରୁ ବଡ଼ ଦେଶଭକ୍ତି କିଛି ନାହିଁ। ଆଜି ଆମ ଦେଶ ଯେଉଁ ସ୍ଥିତି ଦେଇ ଗତି କରୁଛି, ଚାରିଆଡ଼େ କେବଳ ଅନ୍ୟାୟ ଦେଖିବାକୁ ମିଳୁଛି। ଦେଶର ପ୍ରତ୍ୟେକ ନାଗରିକଙ୍କୁ କହିବାକୁ ଚାହୁଁଛି ଯେ ଯଦି ଆପଣଙ୍କୁ ଦେଶ ଭଲ ଲାଗେ ତେବେ ନିଜକୁ ଦେଶର ସ୍ବର ଭାବେ ଗଢ଼ି ତୋଳନ୍ତୁ। ଯଦି ଆଜି ଆମେ ଚୁପ ରହିବା, ତେବେ ଆମ ସାମ୍ନାରେ ଆମ ସମ୍ବିଧାନ ନଷ୍ଟ ହୋଇଯିବ ଏବଂ ଦେଶରେ ବିଭାଜନ ଆରମ୍ଭ ହୋଇଯିବ। କିଛି ବର୍ଷ ତଳେ ଆମ ଦେଶର ଅର୍ଥବ୍ୟବସ୍ଥା ଚୀନ ଭଳି ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ବର୍ତ୍ତମାନ ଜିଡିପି ପାତାଳକୁ ଚାଲିଯାଇଛି। ବିଜେପି ଅଛି ମାନେ ପିଆଜ କିଲୋ ୧୦୦ ଟଙ୍କା ହେବ। ବିଜେପି ଅଛି ମାନେ ୪ କୋଟି ନିଯୁକ୍ତି ସମ୍ଭବ। ବିଜେପି ଅଛି ମାନେ ୧୫ ହଜାର କୃଷକଙ୍କ ହତ୍ୟା ସମ୍ଭବ, ନବରତ୍ନ କମ୍ପାନୀ ବିକ୍ରି ସମ୍ଭବ। ବିଜେପି ଅଛି ଅର୍ଥ ଦେଶର ସମ୍ବିଧାନ ବି ବିପଦରେ ଅଛି ବୋଲି ପ୍ରିୟଙ୍କା କହିଥିଲେ।

- Advertisement -

ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ରାଲିକୁ ସମ୍ବୋଧିତ କରି କହିଥିଲେ, ୬ମାସ ମଧ୍ୟରେ ମୋଦୀ ସରକାର ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ୍‌ କରିଦେଇଛନ୍ତି। ତଥାପି ମନ୍ତ୍ରୀ କିଛି ଜାଣିପାରୁ ନାହାନ୍ତି। ଗତକାଲି ଅର୍ଥମନ୍ତ୍ରୀ କହିଲେ ସବୁକିଛି ଠିକ୍‌ ଅଛି, ଆମେ ବିଶ୍ଵରେ ଶୀର୍ଷ ସ୍ଥାନରେ ଅଛୁ। କେବଳ ଗୋଟିଏ କଥା ସେ କହିଲେ ନାହିଁ ଯେ, ଭଲ ଦିନ ଆସୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories