ଚନ୍ଦା କୋଚାରଙ୍କୁ ସେବି ନୋଟିସ୍‍

0

ମୁମ୍ବଇ: ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଚନ୍ଦା କୋଚାରଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ କର୍ତ୍ତୃପକ୍ଷ(ସେବି) ନୋଟିସ୍‍ ଜାରି କରିଛନ୍ତି। ଭିଡିଓକନ୍‍ ଗ୍ରୁପ୍‍ ଏବଂ ଚନ୍ଦାଙ୍କ ସ୍ୱାମୀଙ୍କ ଦୀପକ କୋଚାରଙ୍କ ଦ୍ୱାରା ପରିଚାଳିତ ନ୍ୟୁପାୱାର ନାମକ ଏକ କମ୍ପାନୀକୁ ଋଣ ଅନୁମତି ମାମଲାରେ ସେବି ପକ୍ଷରୁ ଏହି ନୋଟିସ୍‍ ଜାରି କରାଯାଇଛି। ଋଣ ପ୍ରଦାନ ବେଳେ ଉଦ୍ଦିଷ୍ଟ ସର୍ତ୍ତ ଓ ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଇ ପୂର୍ବରୁ ସେବି ବ୍ୟାଙ୍କକୁ ନୋଟିସ୍‍ ଜାରି କରିଥିଲା। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସ୍‍ର ଉତ୍ତର କିନ୍ତୁ ସେବିକୁ ସନ୍ତୁଷ୍ଟ କରିପାରିନାହିଁ। ଏଣୁ ପୁଣି ଥରେ ନୋଟିସ୍‍ ଜାରି କରାଯାଇଛି। ୨୦୧୨ରେ ଭିଡିଓକନ୍‍ ଗ୍ରୁପ୍‍ ଆଇସିଆଇସିଆଇ ବ୍ୟାଙ୍କରୁ ୩,୪୨୦ କୋଟି ଟଙ୍କା ଋଣ ନେଇଥିଲା। ପରବର୍ତ୍ତୀ ସମୟରେ ଭିଡିଓକନ୍‍ ଗ୍ରୁପ୍‍ର ଅଧ୍ୟକ୍ଷ ବେଣୁଗୋପାଳ ଧୁତ୍‍ ନ୍ୟୁପାୱାର କମ୍ପାନୀରେ ୬୪ କୋଟି ଟଙ୍କା ନିବେଶ କରିଥିଲେ। ଏହାକୁ ନେଇ ଦଶବ୍ୟାପୀ ଚର୍ଚ୍ଚା ହେବା ପରେ ସିବିଆଇ ପ୍ରାରମ୍ଭିକ ତଦନ୍ତ କରିଥିଲା।

Leave A Reply