www.samajalive.in
Tuesday, December 9, 2025
17.1 C
Bhubaneswar

୧୦ ବର୍ଷ ପରେ ଫେରୁଛନ୍ତି ସୁସ୍ମିତା ସେନ୍

ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର ‘ନୋ ପ୍ରୋବ୍ଲେମ୍’ ୨୦୧୦ରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ ସିନେଜଗତ ଠାରୁ ଦୂରେଇଯାଇଥିଲେ। ବିଜ୍ଞାପନରେ କାର୍ଯ୍ୟ କରୁଥିବାବେଳେ ଭଲ କାହାଣୀ ମିଳୁନଥିବାରୁ ସୁସ୍ମିତା ସିନେଜଗତରେ କାମ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ୧୦ ବର୍ଷ ପରେ ସୁସ୍ମିତାଙ୍କୁ ପୁଣି ସୁଯୋଗ ମିଳିଛି। ସୋସିଆଲ ସାଇଟ୍‌ରେ ସକ୍ରିୟ ଥିବା ସୁସ୍ମିତା ନିକଟରେ ଏକ ସାକ୍ଷାତକାର୍‌ରେ ଏହା ସ୍ପଷ୍ଟ କରିଛନ୍ତି। ମିଳିଥିବା ଖବର ଅନୁସାରେ, ସୁସ୍ମିତା ଏହାର ସୁଟିଂ ପାଇଁ ଖୁବ୍ ଶୀଘ୍ର ଦୁବାଇ ଯିବେ ଓ ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ମୁକ୍ତିଲାଭ ମଧ୍ୟ କରିବ। ୨୦୨୦ ଜୁନ୍‌ରେ ବନ୍ଧୁ ରୋହମନ୍‌ ଶଲ୍‌ଙ୍କୁ ସେ ବିବାହ କରିବେ ବୋଲି ଶୁଣାଯାଉଛି। ପୋଷ୍ୟ କନ୍ୟା ରିନି ଓ ଆୟୋଶାଙ୍କ ସହ ସୁସ୍ମିତାଙ୍କର ହସଖୁସିର ସଂସାର ଆଗେଇ ଚାଲିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories