www.samajalive.in
Sunday, December 7, 2025
26.1 C
Bhubaneswar

ରୁଷକୁ ବଡ଼ ଝଟ୍‌କା: ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କଲା ୱାଡା, ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବନି

ନୂଆଦିଲ୍ଲୀ: ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରୁଷକୁ ବଡ଼ ଝଟ୍‌କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏହା ସହିତ ୨୦୨୨ରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ଏବଂ ବିଶ୍ଵ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ।

ସୂଚନାଯୋଗ୍ୟ, ରୁଷ ଅଧିକାରୀମାନେ ଅନେକ ଡୋପିଂ ମାମଲାକୁ ଲୁଚାଇବା ପାଇଁ ଲାବରେଟୋରି ଡାଟାବେସରେ ତଥ୍ୟ ଏପଟସେପଟ କରିଥିଲେ। ଏ ନେଇ ଅଭିଯୋଗ ମିଳିବା ପରେ ୱାଡ଼ା ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ୱାଡା ଉପରୋକ୍ତ ନିଷ୍ପତ୍ତି ନେଇଛି। ୱାଡା ମୁଖପାତ୍ରଙ୍କ ସୂଚନା ଅନୁସାରେ ସମସ୍ତଙ୍କ ସହମତି ପରେ ରୁଷ ଉପରେ ପ୍ରତିବନ୍ଧକ ସହିତ ନିଲମ୍ବନ ଆଦେଶ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଏହି ପ୍ରତିବନ୍ଧକ ବିରୋଧରେ ରୁଷର ଆଣ୍ଟି ଡୋପିଂ ଏଜେନ୍ସି(ରୁସାଡା) ଯଦି ଆବେଦନ କରିବ, ତେବେ ଏହି ମାମଲାକୁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋର୍ଟ(ସିଏଏସ)କୁ ପଠାଯିବ ବୋଲି ୱାଡା କହିଛି। ତେବେ ଯେଉଁ ରୁଷୀୟ ଆଥଲେଟ୍‌ମାନେ ଡୋପିଂ ଉଲ୍ଲଂଘନରୁ ମୁକ୍ତ ଅଛନ୍ତି, ସେମାନେ ଆଗାମୀ ୪ବର୍ଷ ପର୍ଯ୍ୟନ୍ତ ନିଜ ଦେଶର ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ବିନା ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories