www.samajalive.in
Sunday, December 7, 2025
14.1 C
Bhubaneswar

ଉନ୍ନାଓ ଗଣଦୁଷ୍କର୍ମ ମାମଲା – ୭ ପୁଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶ: ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶ ସରକାର ଜଣେ ଥାନା ଅଧିକାରୀଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ଏହି ୭ଜଣ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ନେଇ ଗତକାଲି ସରକାର ନିର୍ଦ୍ଦେଶ ଦେଇଥିଲେ। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବିହାର ପୁଲିସ ଷ୍ଟେସନ ଭାରପ୍ରାପ୍ତ ଅଧିକାରୀ ଅଜୟ ତ୍ରିପାଠୀ, ଦୁଇ ଜଣ ସବ ଇନ୍ସପେକ୍ଟର ଅରବିନ୍ଦ ସିଂହ ରଘୁବଂଶୀ ଏବଂ ଶ୍ରୀରାମ ତିୱାରୀ ଓ ଅନ୍ୟ ଚାରି ଜଣ କନଷ୍ଟେବଳ ଅଛନ୍ତି। ୯୦ ପ୍ରତିଶତ ପୋଡ଼ିଯାଇଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କର ଦିଲ୍ଲୀସ୍ଥିତ ସବଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଅପରାଧୀମାନଙ୍କୁ ରୋକିବା ନେଇ ସ୍ଥାନୀୟ ପୁଲିସ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ସେମାନଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି।

ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ସମ୍ପୃକ୍ତ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ବାସଗୃହ ଯୋଗାଇ ଦିଆଯାଇଛି। ସେହି ପରିବାରର ଜଣକୁ ଚାକିରୀ ଦିଆଯିବ ବୋଲି ସରକାର କହିଛନ୍ତି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories