www.samajalive.in
Sunday, December 7, 2025
14.1 C
Bhubaneswar

ଦୁଷ୍କର୍ମରେ ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳିଲା ଅଭିଯୁକ୍ତ

ମୁଜଫରପୁର: ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଶରୀରର ୫୦ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବିହାରର ମୁଜଫରପୁର ଜିଲାର ଅହିୟାପୁର ଥାନା ଅନ୍ତର୍ଗତ ନଜୀରପୁର ଗାଁରେ ଜଣେ ବ୍ୟକ୍ତି ପଡୋଶୀରେ ରହୁଥିବା ୨୩ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଉଦ୍ୟମ କରିଥିଲା। ପରେ କିରୋସିନି ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଏଥିରେ ଯୁବତୀଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଥିଲା। ସ୍ଥାନୀୟଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ପୀଡିତାଙ୍କ ମା’ଙ୍କୁ ଫୋନ୍ କରି ଜଣାଇଥିଲେ। ସ୍ଥାନୀୟ ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ପୀଡିତାଙ୍କ ମା’ କାର୍ଯ୍ୟରତ ଥିଲେ। ଏପର୍ଯ୍ୟନ୍ତ ପୀଡିତାଙ୍କ ବୟାନ ମିଳିପାରି ନାହିଁ। ପୀଡିତାଙ୍କ ମା’ଙ୍କ ବୟାନ ଅନୁସାରେ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।

- Advertisement -

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିହାରର ବକ୍ସର ଓ ସମସ୍ତୀପୁର ଜିଲାରେ ଦୁଇ ଜଣ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଥିଲା। କେହି ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଥିବା ସନ୍ଦେହ କରାଯାଉଥିଲା। ସେହିପରି ଅହିୟାପୁର ଥାନା ଅନ୍ତର୍ଗତ ଅନ୍ୟ ଏକ ଗାଁରେ ଜଣେ ୮ ବର୍ଷୀୟ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ନାବାଳିକାର ଅଜା ତାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories