www.samajalive.in
Tuesday, December 9, 2025
16.1 C
Bhubaneswar

ଶୀତରେ ସୁସ୍ଥତା

କେବଳ ସୁସ୍ଥ ଜୀବନ ପାଇଁ ନୁହେଁ, ବରଂ ଆମ ମାନସିକ ସ୍ତରରେ ବିକାଶ ନିମନ୍ତେ ମଧ୍ୟ ସୂର୍ଯ୍ୟକିରଣର ଆବଶ୍ୟକତା ଖୁବ୍ ଅଧିକ। ଭିଟାମିନ୍ ଡି’ର ମୁଖ୍ୟ ସ୍ରୋତ ଭାବେ ଜଣାଯାଉଥିବା ସୂର୍ଯ୍ୟକିରଣରେ ଦୈନିକ ଅତିକମ୍‌‌ରେ ୧୫-୨୦ ମିନିଟ୍ ଚଲାବୁଲା କରିବା ଉଚିତ। ବିଶେଷଜ୍ଞମାନେ ବାରମ୍ବାର ଏ ବାବଦରେ ସତର୍କ କରାଉଛନ୍ତି। ଦୈନିକ ସୂର୍ଯ୍ୟ କିରଣ ପଡ଼ୁଥିବା ସ୍ଥାନରେ ସକାଳବେଳା ୨୦ ମିନିଟ୍ ଚାଲିଲେ କୌଣସି ରୋଗ ହୋଇନଥାଏ ବୋଲି କାନାଡାର ଗବେଷକସୂମହ ପ୍ରକାଶ କରିଛନ୍ତି। ପାଶ୍ଚାତ୍ୟ ଥଣ୍ଡା ରାଇଜର ଲୋକେ ଏଇ ସୂର୍ଯ୍ୟରଶ୍ମି ଅଭାବରୁ ଏକପ୍ରକାର ରୋଗ ‘ୱିଣ୍ଟର ବ୍ଲୁଜ୍‌’ରେ ଆକ୍ରାନ୍ତ ହୋଇଥାନ୍ତି।
-ଶୀତଦିନେ ଯେତେ ସମୟ ପାରୁଛନ୍ତି, ଖରାରେ ଚଲାବୁଲା କରନ୍ତୁ। ନିଜ କୁନି ପିଲାଙ୍କୁ ମଧ୍ୟ ଏଇ ଅଭ୍ୟାସରେ ସାମିଲ କରାଇବା ଉଚିତ। ଘରେ ପ୍ରତ୍ୟେକ କକ୍ଷରେ ବତି ଲଗାଇ ଆଲୋକିତରେ ଚଳପ୍ରଚଳ କରିବା ଉଚିତ। ନଚେତ୍ ଅନ୍ଧାରର ପ୍ରଭାବରେ ଆପଣ ଅବସାଦଗ୍ରସ୍ତ ହେବେ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
-ଶୀତଦିନେ ଛଣାଛଣି ଓ ମସଲା ତରକାରି ବି​ଶେ‌ଷ କରି ଆମିଷ ଭୋଜନ କରିବାକୁ ଖୁବ୍ ଇଚ୍ଛା ହୁଏ। ଆବଶ୍ୟକ ପରିମାଣରେ ଖାଇସାରିବା ପରେ ନିଜ ବାଲକୋନିରେ ୩୦-୪୫ ମିନିଟ୍ ଚାଲିବା ଉଚିତ। ଏହା ଆପଣଙ୍କ ହଜମରେ ସହାୟକ ହୋଇଥାଏ।
-ଗରମ ପାଣିରେ ସ୍ନାନ ନ କରି ବରଂ ନଖଉଷୁମ ପାଣିରେ ସ୍ନାନ କରିବା ଉଚିତ। ଏବେ ଲୋକେ ସୁବିଧା ପାଇଁ ଘରେ ଗିଜର୍ ଲଗାଉଛନ୍ତି। ଜାଣିରଖନ୍ତୁ, ଗିଜର୍‌ ପାଣିରେ ପ୍ରତ୍ୟହ ସ୍ନାନ କଲେ ତ୍ବଚା ରୁକ୍ଷ ହେବା ସହ କୁଣ୍ଡାଇ ହେଉଥିବାର ବିଭିନ୍ନ ଅନୁଧ୍ୟାନରୁ ପ୍ରକାଶ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories