www.samajalive.in
Tuesday, December 9, 2025
19.1 C
Bhubaneswar

ପୁରୀ ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ସହ ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ମଙ୍ଗଳବାର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର କୁମାର ସେଠୀ ଏବଂ ତା’ର ସହଯୋଗୀ ରାଜେଶ କୁମାର ସେଠୀ (୨୫)ଙ୍କୁ ପୁଲିସ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡିଆଇଜି କହିଛନ୍ତି ଯେ, ୨୦ ଦିନ ମଧ୍ୟରେ କୋର୍ଟରେ ଏହି ମାମଲାର ଚାର୍ଜସିଟ ଦାଖଲ ହେବ। ପୁଲିସ ଏହି ଘଟଣାକୁ ଗୁରୁତ୍ବର ଭାବେ ଗ୍ରହଣ କରିଛି। ଏହି ମାମଲାର ତୁରନ୍ତ ବିଚାର ପାଇଁ ପାଷ୍ଟଟ୍ରାକ୍ କୋର୍ଟକୁ ଅନୁରୋଧ କରାଯିବ। ୨୦୧୬ରୁ ଅଭିଯୁକ୍ତ ଜିତେନ୍ଦ୍ର ସେଠୀକୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଚାକିରିରୁ ବହିଷ୍କୃତ ହେବା ପରେ ମଧ୍ୟ ନିଜ ପାଖରେ ପୁଲିସ ପରିଚୟ ପତ୍ର ରଖି ତାହାର ଅପବ୍ୟବହାର କରିବା ଅଭିଯୋଗରେ ଜିତେନ୍ଦ୍ର ସେଠୀ ନାମରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ବଳାତ୍କାର ହୋଇଥିବା ନେଇ ପ୍ରମାଣ ମିଳିଛି। ବଳାତ୍କାରର ଶିକାର ହୋଇଥିବା ପୀଡିତା ଜଣଙ୍କ ନାବାଳିକା ବୋଲି ତଦନ୍ତରୁ ଜଣାପଡିଛି। ଯେଉଁ ପୁଲିସ କ୍ବାର୍ଟର୍ସ ଭିତରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା ତାହା ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ସ୍ତ୍ରୀ ନାମରେ ଆବଣ୍ଟନ ହୋଇଛି। ଅଭିଯୁକ୍ତ ଜିତେନ୍ଦ୍ରର ସ୍ତ୍ରୀ ମଧ୍ୟ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡିଛି।

- Advertisement -

ପୀଡିତା ନାବାଳିକା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ପୀଡିତାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତାଙ୍କ ପରିବାରକୁ ଆର୍ଥିକ ସହୟତା ପ୍ରଦାନ କରାଯାଇଛି ବୋଲି ଡିଆଇଜି କହିଛନ୍ତି। ଏହି ମାମଲାରେ ସାଇଣ୍ଟିଫିକ୍ ଟିମ୍ ସହ ୪ଟି ଟିମ୍ ତଦନ୍ତ ଚଳାଇଛନ୍ତି।

ଅନ୍ୟପଟେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜିଲା ମହିଳା କଂଗ୍ରେସ, ବିଜେପି ମହିଳା ମୋର୍ଚ୍ଚା, ଗଣତାନ୍ତ୍ରିକ ମହିଳା ସମିତି, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନାଯୋଗ୍ୟ, ପୀଡିତା ଜଣଙ୍କ ଭୁବନେଶ୍ବରର ଏକ ଘ​ରୋଇ ସଂସ୍ଥାରେ ସେ କାର୍ଯ୍ୟ କରନ୍ତି। ସୋମବାର ସେ ଘରକୁ ଯିବା ପାଇଁ ବାହାରି ଥିଲେ। ବସ୍‌ ଯୋଗେ ସେ ନିମାପଡାରେ ଓହ୍ଳାଇଥିଲେ। ସେଠାରେ ଏକ ଦୋକାନରେ ଖାଇବା ପରେ କାକଟପୁର ଯିବାପାଇଁ ଅନ୍ୟ ଏକ ବସ୍‌କୁ ଅପେକ୍ଷା କରିଥିଲେ। ଜିତେନ୍ଦ୍ର ତାଙ୍କ ପାଖରେ ପହଞ୍ଚି ଯୁବତୀଙ୍କ ପରିଚୟ ବୁଝିଥିଲେ। ଗାଡିରେ ନେଇ ଘରେ ଛାଡିଦେବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀଙ୍କୁ ଏକ କାର୍‌ରେ ବସାଇ କାକଟପୁର ପରିବର୍ତ୍ତେ ସେ ପୁରୀ ନେଇଥିଲେ। କାର୍‌ରେ ଅନ୍ୟ ୩ଜଣ ବ୍ୟକ୍ତି ଥିଲେ।  ଝାଡେଶ୍ବରୀ କ୍ଲବ ନିକଟସ୍ଥ ପୁଲିସ କ୍ବାର୍ଟର ଭିତରେ କନଷ୍ଟେବଳଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡିତା ବୟାନ ଦେଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories