www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ତୀରନ୍ଦାଜ ଜିତିଲେ ୩ ବ୍ରୋଞ୍ଜ୍

ବ୍ୟାଙ୍କକ୍: ଏସୀୟ ତୀରନ୍ଦାଜୀ ଚମ୍ପିଆନ୍ସିପରେ ଭାରତୀୟ ତୀରନ୍ଦାଜମାନେ ୩ଟି ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ବ୍ୟକ୍ତିଗତ ବିଭାଗରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଭାରତୀୟ ତୀରନ୍ଦାଜୀ ଆସୋସିଏସନ୍କୁ ବିଶ୍ବ ତୀରନ୍ଦାଜୀ ଆସୋସିଏସନ୍ ନିଲମ୍ବିତ କରିଥିବାରୁ ଅତନୁ ବିଶ୍ବ ତୀରନ୍ଦାଜୀ ଆସୋସିଏସନ୍ ପତାକା ତଳେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ବ୍ରୋଞ୍ଜ୍ ପଦକ ପାଇଁ ହୋଇଥିବା ମ୍ୟାଚରେ ଅତନୁ କୋରିଆର ଜିନ୍ ହେୟକ୍ ଓଙ୍କୁ ୬-୫ରେ ପରାସ୍ତ କରି ପଦକ ଜିତିଥିଲେ। ପୂର୍ବରୁ ଅତନୁ ଓ ଦୀପିକା କୁମାରୀ ରିକର୍ଭ ବିଭାଗ ମିକ୍ସଡ ଦଳଗତ ବିଭାଗରେ ବ୍ରୋଞ୍ଜ୍ ପଦକ ଜିତିଥିଲେ।

ପୁରୁଷ ରିକର୍ଭ ଦଳଗତ ବିଭାଗରେ ଅତନୁ, ତରୁଣଦୀପ ଓ ଜୟନ୍ତ ତାଲକୁଦାର ଚୀନ୍ ତୀରନ୍ଦାଜଙ୍କୁ ୬-୨ରେ ପରାସ୍ତ କରି ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ଭାରତୀୟ ମହିଳା ରିକର୍ଭ ଦଳର ଦୀପିକା କୁମାରୀ, ବମ୍ବେଲା ଦେବୀ ଓ ଅଙ୍କିତା ଭକତ ଜାପାନ ତୀରନ୍ଦାଜଙ୍କୁ ୫-୧ରେ ପରାସ୍ତ କରି ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଦୀପିକା, ବମ୍ବେଲା ଦେବୀ ଓ ଅଙ୍କିତା ସେମିଫାଇନାଲରେ କୋରିଆ ନିକଟରୁ ୬-୨ରେ ପରାସ୍ତ ହୋଇଛନ୍ତି।

- Advertisement -

ପୁରୁଷ କମ୍ପାଉଣ୍ଡ ଦଳଗତ ବିଭାଗରେ ଭାରତର ଅଭିଷେକ ବର୍ମା, ରଜତ ଚୌହ୍ବାନ ଓ ମୋହନ ଭରଦ୍ବାର ଫାଇନାଲରେ ପ୍ରବେଶ କରିଥିବା ବେଳେ ମହିଳା କମ୍ପାଉଣ୍ଡ ବିଭାଗ ଫାଇନାଲରେ ଭାରତୀୟ ତୀରନ୍ଦାଜ ଜ୍ୟୋତି ସୁରେଖା, ମୁସ୍କାନ୍ କିରର୍ ଓ ପ୍ରିୟା ଗୁଜ୍ଜର୍ ପ୍ରବେଶ କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories