ଢେଙ୍କାନାଳ: ଢେଙ୍କାନାଳ ଜିଲା ଭୂବନ ବାଲିଝାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୫ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଶନିବାର ଅପରାହ୍ନରେ ଶକ୍ତି ନାମକ ଏକ ବସ ଢେଙ୍କାନାଳରୁ ଭୂବନ ଅଭିମୁଖେ ଯାଉଥିବା ବାଲିଝାଟି ଅଞ୍ଚଳରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୂବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍ ଚାଳକ ଫେରାର ହୋଇଯାଇଛି।
Popular Categories



