www.samajalive.in
Tuesday, December 9, 2025
15.1 C
Bhubaneswar

ଇଡେନ୍‍ ଗୋଲାପି ଟେଷ୍ଟ : କୋହଲିଙ୍କ ଶତକ, ମଜବୁତ ସ୍ଥିତିରେ ଭାରତ

କଲକାତା : ଗୋଲାପି ବଲରେ ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ମଜବୁତ ସ୍ଥିତିରେ ପହଞ୍ଚିଛି ।  କୋଲ୍‍କାତାର ଇଡେନ୍‍ ଗାର୍ଡେନରେ ବାଂଲାଦେଶ ଓ ଭାରତ ମଧ୍ୟରେ ଚାଲିଥିବା ଏହି ଟେଷ୍ଟର ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି । ଶୁକ୍ରବାର ପ୍ରଥମ ଦିନରେ କୋହଲି ୫୯ ରନ କରି ଅପରାଜିତ ଥିବା​​‌ବେଳେ ଶନିବାର ୧୩୬ ରନ୍ କରି ଆଉଟ ହୋଇଛନ୍ତି ।

ଆଜି ଭାରତ ପ୍ରଥମ ଦିନର ଅସମାପ୍ତ ଇନିଂସ ୧୭୪/୩ ରୁ ଖେଳ ଆରମ୍ଭ କରିଥିଲା । ତେବେ କୋହଲି ୧୩୬ ରନ କରି ଆଉଟ ହୋଇଛନ୍ତି । ଦ୍ବିତୀୟ ଦିନର ଜଳପାନ ବିରତି ସୁଦ୍ଧା ଭାରତ ୩୨୯/୬ ରନ୍ କରିଛି । ସେହିପରି ଗତକାଲି ୨୩ ରନ୍ କରି ଅପରାଜିତ ଥିବା ରାହାଣେ ୫୧ ରନ୍ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ମାତ୍ର ୧୨ ରନ କରି ଆଉଟ ହୋଇଛନ୍ତି । ଭାରତ ବର୍ତ୍ତମାନ ୨୨୪ ରନ ଆଗୁଆ ରହିଛି ।

- Advertisement -

ଶୁକ୍ରବାର ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା ।

ଚଳିତ ସିରିଜର ଏହା ୨ୟ ଟେଷ୍ଟ ମ୍ୟାଚ, ହୋଇଥିବା ବେଳେ ଭାରତ ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories