www.samajalive.in
Sunday, December 7, 2025
18.1 C
Bhubaneswar

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ ନବଦମ୍ପତି

ସାତ ଜନ୍ମର ବନ୍ଧନ ହେଉଛି ବିବାହ ବନ୍ଧନ। ଏହି ପବିତ୍ର ବନ୍ଧନରେ ବାନ୍ଧି ହେବା ପରେ ପତି-ପତ୍ନୀ ଏକ ନୂଆ ଜୀବନର ଆରମ୍ଭ କରିଥାଆନ୍ତି। ସାରା ଜୀବନ ହସଖୁସିରେ ଏକାଠି ବିତାଇବା ପାଇଁ ଏହି ବନ୍ଧନରେ ଭଲ ପାଇବା ଓ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ….
ଭଗବାନ ଶ୍ରୀରାଧା-କୃଷ୍ଣଙ୍କୁ ପ୍ରେମର ଆଦର୍ଶ ବୋଲି କୁହାଯାଏ। ନବଦମ୍ପତି ନିଜ ଶୟନ କକ୍ଷରେ ଶ୍ରୀରାଧା-କୃଷ୍ଣଙ୍କ ଫଟୋ ଲଗାନ୍ତୁ।
ଏହି ଫଟୋଟି ଲାଲ ରଙ୍ଗର ଫ୍ରେମର ହୋଇଥିବା ଆବଶ୍ୟକ। ଲାଲ ରଙ୍ଗକୁ ପବିତ୍ରତା ଓ ଭଲ ପାଇବାର ପ୍ରତୀକ ବୋଲି କୁହାଯାଏ।
ଫଟୋଟିକୁ କକ୍ଷରେ ଏଭଳି ସ୍ଥାନରେ ଲଗାନ୍ତୁ, ଯେପରି ଏହା ନିୟମିତ ଆପଣଙ୍କ ନଜରରେ ଆସୁଥିବ। ଏହା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।
ଶୟନ କକ୍ଷରେ ପରଲୋକଙ୍କ ଚର୍ଚ୍ଚା କରିବା ଉଚିତ ନୁହେଁ।
ନିଜ ବିବାହ ସମୟର ଫଟୋ ଶୟନ କକ୍ଷରେ ପୂର୍ବ ଦିଗରେ ଲଗାନ୍ତୁ। ମାତ୍ର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ।
ପତି-ପତ୍ନୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ।
ପତି-ପତ୍ନୀ ବ୍ୟବହାର କରୁଥିବା ଖଟ କାଠରେ ନିର୍ମିତ ହେବା ଆବଶ୍ୟକ।
ଠାକୁରଙ୍କ ଘରେ ଶିବ-ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜା କରନ୍ତୁ।
ଠାକୁର ଘରେ ବଂଶୀ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories