www.samajalive.in
Sunday, December 7, 2025
14.1 C
Bhubaneswar

ଜେଏନୟୁ ଅଶାନ୍ତ; ୧୪୪ ଧାରା ସତ୍ତ୍ବେ ସଂସଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଲେ ଶତାଧିକ ଛାତ୍ର

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଫି ବୃଦ୍ଧି ଏବଂ ହଷ୍ଟେଲ ପାଇଁ ଲାଗୁ ହୋଇଥିବା ନିୟମକୁ ବିରୋଧ କରି ଛାତ୍ରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ର ସଂଘ ନେତୃତ୍ଵରେ ଶହ ଶହ ଛାତ୍ରଛାତ୍ରୀ ସୋମବାର ସଂସଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି। କ୍ୟାମ୍ପସ ବାହାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲେ ହେଁ ଛାତ୍ରମାନେ ଏକତ୍ର ହୋଇ ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଛାତ୍ରମାନଙ୍କୁ ସଂସଦ ପରିସରରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ପୁଲିସ କହିବା ସହିତ ବିଭିନ୍ନ ସ୍ଥାନରେ ଛାତ୍ରଙ୍କୁ ଅଟକାଇବା ଲାଗି ବ୍ୟାରିକେଡ୍‌ କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ଛାତ୍ରମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି।

ଅନ୍ୟପଟେ ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାରୁ ଛାତ୍ରମାନଙ୍କୁ ଅଟକାଇବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଜେଏନୟୁ କ୍ୟାମ୍ପସଠାରୁ ୧ କିଲୋମିଟର ଅଞ୍ଚଳ ଭିତରେ ଛାତ୍ରଙ୍କୁ ଅଟକାଇବାକୁ ପୁଲିସ ଯୋଜନା କରିଥିଲେ ହେଁ ତାହା ବିଫଳ ହୋଇଛି। ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ୯ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି। ସେଥିରେ ଅର୍ଦ୍ଧସାମରିକ ବଳ ମଧ୍ୟ ସାମିଲ ହୋଇଛନ୍ତି। ପାଖାପାଖି ୧୨୦୦ ପୁଲିସ କର୍ମଚାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories