ଇଡି ହାତରେ ନିରବ ମୋଦିଙ୍କର ୭୬୩୮କୋଟି ସମ୍ପତ୍ତିି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଦେଶରେ ଆତ୍ମଗୋପନ କରିଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୭୧କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧୀକାରୀଙ୍କ କହିବା ଅନୁସାରେ,ପି.ଏମ.ଏଲ.ଏ ଧାରା ଅଧିନରେ ଏହି ଚଢଉ କରାଯାଇଥିଲା। ଜବତ କରାଯାଇଥିବା ସମ୍ପତ୍ତିି ମଧ୍ୟରେ ମୁମ୍ବଇ ଏବଂ ସୁରଟ ଠାରେ ଥିବା ଚାରୋଟି ବ୍ୟବସାୟ କେନ୍ଦ୍ର ଉପରେ ଚଢଉ କରାଯାଇଥିଲା। ସେଠାରୁ ୭୨କୋଟି ଟଙ୍କାର ସମ୍ପତ୍ତି , ୧୦୬ଟି ବ୍ୟାଙ୍କ ଖାତା, ୧୫ଟି ଡିମାଣ୍ଡ ଡ୍ରାପ୍ଟ ଏବଂ ୧୧ଟି କାର ଜବତ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୧୭୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶରେ ୨୫୧ଟି ସ୍ଥାନରେ ଚଢଉକରି ନିରବ ମୋଦିଙ୍କ ବ୍ୟବସାୟିକ କାରବାର ଜଡିତ ସଂସ୍ଥାରୁ ସୁନା, ରୂପା, ହୀରା, ମୋତି ଆଦି ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ନିରବ ମୋଦିଙ୍କର ୭୬୩୮କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।