www.samajalive.in
Sunday, December 7, 2025
18.1 C
Bhubaneswar

୪ଟି ଜିଲାରେ ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଦଳ

ଭୁବନେଶ୍ବର: କେନ୍ଦ୍ରର ୭ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟର ୪ଟି ଜିଲାରେ ବୁଲି ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଏହି ପ୍ରତିନିଧି ଦଳ ଦୁଇ ଭାଗ ହୋଇ ସ୍ଥିତି ସମୀକ୍ଷା କରିବେ। ଗୋଟିଏ ଦଳ ପୂର୍ବାହ୍ନରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଏହା ପରେ ଅପରାହ୍ନରେ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକରେ ପହଞ୍ଚି ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ଆକଳନ କରିବେ। ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଲୋକଙ୍କ ଘର ଦ୍ବାର ଭାଙ୍ଗି ପଡିଥିବା ବେଳେ ଚାଷ ଜମି ନଷ୍ଟ ହୋଇଥିବା ନେଇ କେନ୍ଦ୍ରୀୟ ଦଳ ଆକଳନ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ବରେ ଏହି ଦଳ ସମୀକ୍ଷା କରିବେ। ସେହିପରି ଅନ୍ୟ ଏକ ଦଳ ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଏବଂ ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ/ଏରସମା ବ୍ଲକରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବେ ବୋଲି ସୂଚନା ମିଳିଛି। ସ୍ଥିତି ସମୀକ୍ଷା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ପ୍ରତିନିଧି ଦଳ ପହଞ୍ଚି ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ଆଲୋଚନା କରିବେ। ପରେ ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ଦଳ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories