www.samajalive.in
Wednesday, December 10, 2025
15.1 C
Bhubaneswar

ମାର୍ଗଶିର ଗୁରୁବାର; ଏପରି କରନ୍ତୁ ମା’ ଅନ୍ନଦାତ୍ରୀଙ୍କୁ ପ୍ରସନ୍ନ

କୃଷି ଭିତ୍ତିକ ପର୍ବ ମଧ୍ୟରୁ ମାଣବସା ହେଉଛି ଅନ୍ୟତମ। ମାର୍ଗଶିର ମାସରେ ଓଡିଶାର ଘରେ ଘରେ ମାଣବସା ଓଷା ପାଳନ କରାଯାଏ। ଚାଷୀ ତା’ ଅମଳର ପ୍ରଥମ ଧାନକୁ ମା’ଙ୍କୁ ଅର୍ପଣ କରିଥାଏ। ଧନ ତଥା ଐଶ୍ବର୍ଯ୍ୟର ଦେବୀ ମା’ଲକ୍ଷ୍ମୀ ହେଉଛନ୍ତି ସଂସାରର ଅନ୍ନଦାତ୍ରୀ।ଏଥିପାଇଁ ତାଙ୍କୁ ମା’ ଅନ୍ନପୂର୍ଣ୍ଣା ବୋଲି ମଧ୍ୟ ସମ୍ବୋଧନ କରାଯାଏ। ମା’ ଅନ୍ନପୂର୍ଣ୍ଣାଙ୍କ କୃପାରୁ ସଂସାରର ସମସ୍ତ ପ୍ରାଣୀ ଭୋଜନ ପାଇଥାନ୍ତି। ମା’ ଅନ୍ନଦାତ୍ରୀଙ୍କ ନିକଟରେ ଜାତି, ଧର୍ମ, ବର୍ଣ୍ଣକୁ ନେଇ କୌଣସି ବାଛ ବିଚାର ନଥାଏ। ମା’ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଆନ୍ତି।  ଯିଏ ମା’ଙ୍କ ଆରଧନା କରି ପ୍ରସନ୍ନ କରେ, ସେ ଧନଧାନ୍ୟ ସହ ଆଶିଷ କୃପାର ବରଦାନ ପାଇଥାଏ। ଜୀବନରୁ ସମସ୍ତ ଦୁଃଖ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ମା’ ଅନ୍ନଦାତ୍ରୀଙ୍କୁ ସନ୍ତଷ୍ଟ କରିବାର ଉପାୟ।
ଏହି ଉପାୟରେ କରନ୍ତୁ ମା’ ଅନ୍ନଦାତ୍ରୀଙ୍କ ପୂଜା
ମା’ ଅନ୍ନଦାତ୍ରୀଙ୍କୁ ପ୍ରତିଦିନ ନଚେତ୍ କେବଳ ଗୁରୁବାର ଦିନ ଅବଶ୍ୟ ପୂଜା କରନ୍ତୁ ।
ପୂଜା ସମୟରେ ମା’ଙ୍କୁ ୧୧ଟି ଧଳା ଫୁଲ ଏବଂ ଧୂବ ଘାସ ଅର୍ପଣ କରନ୍ତୁ।
ମା’ ଅନ୍ନଦାତ୍ରୀ ଫଟୋ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ।
ଏହା ସହ ମା’ ଅନ୍ନଦାତ୍ରୀଙ୍କୁ ସମ୍ପୂର୍ଣ୍ଣ ଭୋଜନ ଭୋଗ ଲଗାନ୍ତୁ।
ହେଲେ ଧ୍ୟାନ ରଖନ୍ତୁ ମା’ଙ୍କ ନିକଟରେ ଭୋଗ ଲଗାଇବା ପୂର୍ବରୁ ଘରର କୌଣସି ସଦସ୍ୟ ଯେପରି ଭୋଜନ ଗ୍ରହଣ କରିନଥିବେ।
ଅନ୍ନପୂର୍ଣ୍ଣା ସ୍ତୋତ୍ର ପାଠ କରନ୍ତୁ ଏବଂ ଏହା ପରେ ମା’ଙ୍କ ନିକଟରେ ଅର୍ପଣ କରିଥିବା ଭୋଗକୁ ପ୍ରସାଦ ରୂପେ ଗ୍ରହଣ କରନ୍ତୁ।
ଏହାକୁ ଆପଣ ସବୁ ଦିନ କରି ପାରିବେ ନଚେତ୍ କେବଳ ଗୁରୁବାର ଦିନ କରନ୍ତୁ।
ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ 
ଘରକୁ ସଫା ସୁତୁରା ରଖନ୍ତୁ ଓ ଘରେ ଚିତା ପକାନ୍ତୁ।
ମା’ ଅନ୍ନଦାତ୍ରୀ ଦେବୀଙ୍କୁ ପ୍ରାତଃ ଏବଂ ସଂଧ୍ୟା କାଳରେ ପୂଜା କରିବା ଉଚିତ୍।
ପୂଜା ସମୟରେ ଧଳା, ନାଲି ଏବଂ ହଳଦୀଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ଅନ୍ନପୂର୍ଣ୍ଣା ସ୍ତୋତ୍ର ପାଠ ଜପ କରିବା ସମୟରେ ଭୁଲରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories