www.samajalive.in
Tuesday, December 9, 2025
23.1 C
Bhubaneswar

ସହିଷ୍ଣୁତା ଓ ଭ୍ରାତୃଭାବର ପଥ ଗ୍ରହଣ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ସେହଜପଥ ଆରମ୍ଭ ପୂର୍ବରୁ ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କର ସ୍ୱରୂପ ସେବା ଆରମ୍ଭ କରିଛନ୍ତି। ଏଥି ସହିତ ଏହି ଉତ୍ସବ ପାଳନ ଆରମ୍ଭ ହୋଇଛି। ସେହଜପଥ ପଞ୍ଜାବ ସରକାର, ଶିଖ୍‍ ଧାର୍ମିକ ସଂଗଠନ ଓ ସନ୍ଥ ସମାଜଗୁଡ଼ିକ ଦ୍ୱାରା ସୁଲତାନପୁର ଲୋଦି ସ୍ଥିତ ଶ୍ରୀ ଗୁରୁନାନକ ଦରବାରଠାରେ ମିଳିତ ଭାବେ ଆୟୋଜନ କରାଯାଇଛି। ଏହି ଅବସରରେ ଦେଶରେ ବୃଦ୍ଧି ପାଉଥିବା ଧାର୍ମିକ ଅସହିଷ୍ଣୁତାର ମୁକାବିଲା ପାଇଁ ସହିଷ୍ଣୁତା ଓ ଭ୍ରାତୃଭାବର ପଥ ଗ୍ରହଣ କରିବାକୁ ଗୁରୁମାନଙ୍କର ବାଣୀକୁ ଅନୁସରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଆସନ୍ତା ୧୨ ତାରିଖରେ ମୁଖ୍ୟ ଉତ୍ସବରେ ଯୋଗଦେବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ଓ କର୍ତ୍ତାରପୁର ଗସ୍ତ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ତାରିଖରେ ଡେରାବାବା ନାନକଠାରେ କର୍ତ୍ତାରପୁର କରିଡ଼ରର ଶୁଭାରମ୍ଭ କରିବେ। ଇତିମଧ୍ୟରେ ଭାରତର ୨ହଜାରରୁ ଅଧିକ ଶିଖ୍‍ ତୀର୍ଥ ଯାତ୍ରୀ ପାକିସ୍ତାନର ଗୁରୁଦ୍ୱାରା ନାନକ ସାହିବରେ ଯାଇ ପହଞ୍ଚିଛନ୍ତି। ସେମାନେ ଶିଖ୍‍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଜୀଙ୍କର ୫୫୦ତମ ଜନ୍ମ ବାର୍ଷିକୀ ପାଳନ ଉତ୍ସବରେ ଅଂଶଗ୍ରହଣ କରିବେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories