www.samajalive.in
Tuesday, December 9, 2025
26.1 C
Bhubaneswar

ମୋଦୀ ଓ ମର୍କେଲଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା : ଅନେକ ରାଜିନାମ ସ୍ବାକ୍ଷରିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନ୍‍ସେଲର‌େ ଆଞ୍ଜେଲା ମର୍କେଲଙ୍କ ମଧ୍ୟରେ ଶୁକ୍ରବାର  ନୂଆଦିଲ୍ଲୀରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ହୋଇଛି। ଭାରତକୁ ୩ଦିନ ଗସ୍ତରେ ଆସିଥିବା ଶ୍ରୀମତୀ ମର୍କେଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ଦୁଇନେତା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‍ଠାରେ ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହାମଧ୍ୟରେ ଅର୍ଥନୀତିକ ଭାଗିଦାରୀ, ବାଣିଜ୍ୟ, ପୁଞ୍ଜିନିବେଶ ଓ କୃଷି ଆଦି ପ୍ରସଙ୍ଗ ସ୍ଥାନ ପାଇଛି। ବିଜ୍ଞାନ, ଶିକ୍ଷା, ବୈଷୟିକ ଜ୍ଞାନ ଓ ଲୋକସମ୍ପର୍କ ସମେତ ମୋଟାମୋଟି ଦ୍ୱିପକ୍ଷୀୟ ପସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ଆଲୋଚନାରେ ସାଂସ୍କୃତିକ ଆଦାନପ୍ରଦାନ ବିଷୟ ମଧ୍ୟ ସ୍ଥାନ ପାଇଛି।

Image credit : PIB

ଦୁଇଦେଶ ମଧ୍ୟରେ ପ୍ରାୟ ୨୦ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ଜର୍ମାନୀ ଚାନ୍ସେଲର ଭାରତକୁ ୩ଦିନ ଗସ୍ତରେ ଆସି ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କ ସହ ବହୁ ମନ୍ତ୍ରୀ ଓ ସଂଘୀୟ ସରକାରର ବୈଦେଶିକ ମନ୍ତ୍ରଣାଳୟର ସଚିବ ମାନଙ୍କର ଏକ ପ୍ରତିନିଧି ଦଳ ଆସିଛନ୍ତି। ଏଥିସହିତ ଏକ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ତାଙ୍କ ସହ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିମାନ ବନ୍ଦରରେ ଶ୍ରୀମତୀ ମର୍କେଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀମତୀ ମର୍କେଲ ରାଜଘାଟ ଯାଇ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀମତୀ ମର୍କେଲ ଆଜି ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‍ କରିବେ। ଆସନ୍ତାକାଲି ସେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ସହ ବୈଠକରେ ଯୋଗଦେବେ। ଏହାପରେ ସେ ମନେସର ସ୍ଥିତ ଏକ ଅଟୋମୋବାଇଲ କମ୍ପାନୀ ବୁଲି ଦେଖିବେ। ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସେ ଦ୍ୱାରକାର ସେକ୍ଟର-୨୧ ମେଟ୍ରୋ ଷ୍ଟେସନ ପରିଦର୍ଶନ କରିବେ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories