www.samajalive.in
Sunday, December 7, 2025
23.1 C
Bhubaneswar

ମା’କାଳୀଙ୍କ ପୂଜା ଅବସରରେ ଚଳଚଞ୍ଚଳ ବୀରଗୋବିନ୍ଦପୁର; ସନ୍ଧ୍ୟାରେ ଭସାଣ ଉତ୍ସବ

ସୁଆଣ୍ଡୋ: ମା’କାଳୀଙ୍କ ପୂଜା ଅବସରରେ ବୀରଗୋବିନ୍ଦପୁର ଗ୍ରମାରେ ମା’ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରିବାକୁ ସକାଳୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବର୍ତ୍ତମାନ ମା’ଙ୍କ ସାହାଣ ମେଲା ଦର୍ଶନ ଚାଲିଛି। ମାନସିକଧାରୀ ମାନେ ହାତରେ ପୂଜା ସାମଗ୍ରୀ ସହ ଧୂପ ଦୀପ ଫୁଲ ଭୋଗ ଧରି ମା’ଙ୍କୁ ପୂଜା କରିବାକୁ ଧାଡ଼ିରେ ରହିଛନ୍ତି। ସତ୍ୟବାଦୀ ପୁଲିସ ପକ୍ଷରୁ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଗ୍ରାମ ଦାଣ୍ଡରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଶ୍ରଦ୍ଧାଳୁମାନେ ଆନନ୍ଦରେ ଚାଲି ଚାଲି ମା’ଙ୍କ ପୀଠକୁ ଯାଉଛନ୍ତି। ବାଇପାସ ରାସ୍ତାରେ ଯାନବାହନ ଚଳାଚଳ କରୁଛି। ସନ୍ଧ୍ୟା ସମୟରେ ମା’ଙ୍କ ଭଶାଣିଯାତ୍ରା ଆରମ୍ଭ ହେବ। ଘଣ୍ଟ ଘଣ୍ଟୁଆ, ପଖାଉଜ, କାହାଳୀ, ଛତି, ତ୍ରାସ, ଆଲଟ, ଚାମର, ମଶାଲ, ରଙ୍ଗବେରଙ୍ଗ ଆଲୋକ, ବାଣ ସହିତ ବାଜା ବାଜି ଶଗଡ଼ିରେ ମା’ଙ୍କ ଭଶାଣି ଯାତ୍ରା କରାଯିବ। ୩୧୬ ନମ୍ବର ଜାତୀୟ ରାଜପଥରେ ବିରାଟ ସଲଟନରେ ଚନ୍ଦନପୁର ନିକଟ ଭାର୍ଗବୀ ନଦୀ ଘାଟରେ ବିସର୍ଜନ କରାଯିବାର ପରମ୍ପରା ପାଳନ ହୋଇ ଆସୁଛି। ଗ୍ରାମର ପ୍ରତି ଦାଣ୍ଡ ଦୁଆରେ ପୂର୍ଣ୍ଣକୁମ୍ଭ ଦୀପ ଜଳୁଛି। ଏହି ଅବସରରେ ଗ୍ରାମଟି ଉତ୍ସବମୁଖର ହୋଇଉଠିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories