www.samajalive.in
Sunday, December 7, 2025
26.1 C
Bhubaneswar

ଡାକ୍ତର ବାବୁଙ୍କ ଉନ୍ମତ୍ତକାଣ୍ଡ; ମାତାଲ ହୋଇ ପଶିଲେ ପର ଘରେ

ଭୁବନେଶ୍ୱର: ଭଗବାନଙ୍କ ଦ୍ବିତୀୟ ରୂପ କୁହାଯାଉଥିବା ଡାକ୍ତରଙ୍କ ଏବେ ମାତାଲ ରୂପ ସାମ୍ନାକୁ ଆସିଛି। ମଦ ପିଇ ମାତାଲ ହୋଇ ଜଣେ ଡାକ୍ତର ବାବୁ ଜଣଙ୍କ ଘରେ ପଶି ଉନ୍ମତ୍ତକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୁଲିସ ମାତାଲ ଡାକ୍ତର ବାବୁଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ନିଶାଶକ୍ତ ଅବସ୍ଥାରେ ମାତାଲ ହୋଇ ଜଣେ ଯୁବକ(ଡାକ୍ତର) ଶୁକ୍ରବାର ବିଳମ୍ବିତ ରାତିରେ ଷ୍ଟେସନ ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ଘରର ମୁଖିଆ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ପାଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାତାଲ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା। ପଚାରଉଚରା ପରେ ଜଣାପଡିଥିଲା ଯେ, ମାତଲା ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନସର୍ ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର। ଏପର୍ଯ୍ୟନ୍ତ ମାତାଲ ଡାକ୍ତର ବାବୁ ନିଶା ଛାଡିଛି କି ନାହିଁ ତାହା ଜଣାପଡି ନଥିବା ବେଳେ ଥାନାରେ ଅଟକ ଥିବା ସୂଚନା ମିଳିଛି। ପୁଲିସ ତାଙ୍କ ସ୍କୁଟିରୁ ମଦ ବୋତଲ ଜବତ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories