www.samajalive.in
Tuesday, December 9, 2025
19.1 C
Bhubaneswar

ବିଜେପୁର ଉପନିର୍ବାଚନ; ୨୮୫ ବୁଥରେ​‌ ହେଉଛି ଭୋଟଗ୍ରହଣ

ବରଗଡ଼: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନମଣ୍ଡଳୀର ୨୮୫ ବୁଥରେ ମତଦାନ ହେଉଛି। ସକାଳ ୭ଟାରୁ ଭୋଟରମାନେ ବୁଥକୁ ଯାଇ ନିଜର ମତ ସାବ୍ୟସ୍ତ କରୁଛନ୍ତି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ଏଥର ବିଜେଡି ପକ୍ଷରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲୀପ ପଣ୍ଡାଙ୍କ ସମେତ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନମଣ୍ଡଳୀର ପ୍ରାୟ ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ଥିବା ୧୩୫ ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଚଳିତଥର ୧୧ଟି ଆଦର୍ଶ ବୁଥ କରାଯାଇଥିବାବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସୁରକ୍ଷା ପାଇଁ ୩୩ ପ୍ଲାଟୁନ ଫୋର୍ସ, ୫ କମ୍ପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories