www.samajalive.in
Sunday, December 7, 2025
23.1 C
Bhubaneswar

୪୯୭ରେ ଇନିଂସ ଘୋଷଣା କଲା ଭାରତ, ଜବାବରେ ଦକ୍ଷିଣ ଆଫ୍ରିକା ୯/୨

ରାଞ୍ଚି: ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୨ୟ ଦିବସରେ ଭାରତ ୪୯୭ ରନରେ ଇନିଂସ ଘୋଷଣା କରିଛି। ଏହା ପରେ ଦକ୍ଷିଣ ଆଫ୍ରିକା ଟିମ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୫ ଓଭରରେ ୨ ୱିକେଟ ହରାଇ ୯ ରନ ସଂଗ୍ରହ କରିଥିବାବେଳେ ଖରାପ ଆଲୋକ ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ୨ ଓପନର ଡିନ ଏଲଗାର ଏବଂ କ୍ବିଣ୍ଟନ ଡି କକ୍‌ଙ୍କୁ ଯଥାକ୍ରମେ ମହମ୍ମଦ ଶାମି ଏବଂ ଉମେଶ ଯାଦବ ଆଉଟ୍‌ କରିଦେଇଛନ୍ତି। ଜୁବେର ହାମଜା ଏବଂ ଫାପ ଡୁପ୍ଲେସିସ ଅପରାଜିତ ରହିଛନ୍ତି।

ପ୍ରଥମ ଇନିଂସରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ରୋହିତ ଶର୍ମା ଏବଂ ଆଜିଙ୍କ୍ୟ ରାହାଣେ ଦଳକୁ ସମ୍ଭାଳିଥିଲେ। ରୋହିତ ୨୧୨ ଏବଂ ରାହାଣେ ୧୧୫ ରନ୍‌ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ପରେ ପରେ ରବୀନ୍ଦ୍ର ଜାଡେଜା ୫୧ ଏବଂ ଉମେଶ ଯାଦବ ବିସ୍ଫୋରକ ବ୍ୟାଟିଂ କରି ୧୦ ବଲରୁ ୩୧ ସଂଗ୍ରହ କରିବା ଫଳରେ ସ୍କୋର ୫୦୦ ରନ ନିକଟତର ହୋଇପାରିଥିଲା। ୪୯୭ରେ କ୍ୟାପଟେନ ବିରାଟ କୋହଲି ଡ୍ରେସିଂ ରୁମରୁ ଇନିଂସ ପାଳି କରିଥିଲେ। ଦକ୍ଷିଣ ଆଫ୍ରିକାର ଜର୍ଜ ଲିଣ୍ଡେ ସର୍ବାଧିକ ୪ଟି ଏବଂ ରବାଡା ୩ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories