www.samajalive.in
Tuesday, December 9, 2025
26.1 C
Bhubaneswar

ଉଚ୍ଛେଦ ହେଲା ଜାମ୍ମୁ-କାଶ୍ମୀର ବିଧାନ ପରିଷଦ

ଶ୍ରୀନଗର : ଚଳିତ ମାସ ଶେଷ ଭାଗକୁ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରାଯିବାର ଅବ୍ୟବହିତ ପୂର୍ବରୁ ୭୨ ବର୍ଷ ପୁରାତନ ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲା। ବିଧାନ ପରିଷଦର ୧୧୬ ଜଣ କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି। ରାଜ୍ୟପାଳଙ୍କ ସଚିବ ଫାରୁକ ଅହମ୍ମଦ ଲୋନି ଏହି ନିର୍ଦ୍ଦେଶ ଜାରି କରିଛନ୍ତି।  ଆସନ୍ତା ୩୧ ତାରିଖ ମଧ୍ୟରାତ୍ରିରେ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବ। ତାହା ମଧ୍ୟରୁ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ରହିବ ଓ ଜାମ୍ମୁ କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ରହିବ। ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିବ।

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଲୋପ କରିଥିଲେ। ଧାରା ୩୭୦ ଅନୁସାରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟଦା ମିଳୁଥିଲା। ୩୬ ସଦସ୍ୟ ବିଶିଷ୍ଟ ରାଜ୍ୟ ପରିଷଦର ୧୯୫୭ ମସିହାରେ ଗଠନ କରାଯାଇଥିଲା। ୮୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ପରିଷଦ ଉଚ୍ଚସଦନର ଭୂମିକା ତୁଲାଇ ଆସୁଥିଲା।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories