www.samajalive.in
Tuesday, December 9, 2025
23.1 C
Bhubaneswar

ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲା – ଚିଦାମ୍ବରମ୍‍ଙ୍କୁ ଗିରଫ୍‍ କରିବ ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ଆସନ୍ତାକାଲି ଅର୍ଥାତ ବୁଧବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‍ଙ୍କୁ ଗିରଫ କରିବ। ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଇଡି କରିଥିବା ଆବେଦନକୁ ଗ୍ରହଣ କରିବା ସହ ନିଜ ହେପାଜତକୁ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ୭୪ ବର୍ଷୀୟ ଚିଦାମ୍ବରମ୍‍ ଆଇଏନ୍‍ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ସେପ୍ଟେମ୍ବର ୫ରୁ ତିହାର ଜେଲରେ ଅଛନ୍ତି। ଗତକାଲି ଇଡି ଅର୍ଥ ଠକେଇ ମାମଲାରେ କୋର୍ଟରେ ଦୁଇଟି ଆବେଦନ କରିଥିଲେ ଯେଉଁଥିରେ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିବା ଏବଂ ହେପାଜତକୁ ନେବା ବିଷୟ କୁହାଯାଇଥିଲା।

କୋର୍ଟ ଇଡ଼ିକୁ ଦୁଇଟି ଉପାୟ ଦେଇଥିଲେ ଯେଉଁଥିରୁ ଇଡ଼ିକୁ ଗୋଟିଏକୁ ଗ୍ରହଣ କରିବାର ଥିଲା। ପ୍ରଥମଟି ହେଉଛି, କୋର୍ଟ ପରିସରରେ ଚିଦାମ୍ବରମଙ୍କୁ ୩୦ ମିନିଟ ପଚରାଉଚୁରା କରିବ ଓ ତା ପରେ ନିଜ ହେପାଜତକୁ ନେବାକୁ ଆବେଦନ କରିବା ଏବଂ ଅନ୍ୟଟି ହେଉଛି ତାଙ୍କୁ ତିହାର ଜେଲରୁ ଗିରଫ କରିବା।

- Advertisement -

ପୂର୍ବରୁ ଇଡି ଚିଦାମ୍ବରମଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଦଲଟାକୁ ଜଣାଇଥିଲେ କିନ୍ତୁ କୋର୍ଟ ଏଥିପାଇଁ ମନା କରିଥିଲେ। ପରେ ଇଡି ତାଙ୍କୁ ସକାଳ ସମୟରେ ଗିରଫ କରିବ ଓ ଅପରାହ୍ନ ୪ଟାରେ କୋର୍ଟରେ ହେପାଜତକୁ ନେବା ପାଇଁ ଆବେଦନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ପୂର୍ବରୁ ଚିଦାମ୍ବରମ ସୁପ୍ରିମକୋର୍ଟରେ କହିଥିଲେ ଯେ ସିବିଆଇ ତାଙ୍କୁ ଜେଲରେ ଅପମାନିତ କରୁଛି। ଅନ୍ୟୋଲଷାରେ ସିବିଆଇ ହେପାଜତରେ ଥାଇ ଚିଦାମ୍ବରମ ଇଡ଼ିରେ ଆତ୍ମା ସମର୍ପଣ କରିବାକୁ ଚାହୁଁଥିଲେ ବୋଲି ବରିଷ୍ଠ ଓକିଲ କପିଳ ଶିବଲ କହିଛନ୍ତି।

 

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories