www.samajalive.in
Sunday, December 7, 2025
13.1 C
Bhubaneswar

ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ଆଜି, ଏଫଏଟିଏଫରେ ହୋଇପାରେ କଳା ତାଲିକାଭୁକ୍ତ

ପ୍ୟାରିସ: ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା ପାକିସ୍ତାନ ପାଇଁ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ଦିବସ। ଫ୍ରାନ୍ସରେ ହେବାକୁ ଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ) ବୈଠକରେ ଆଜି ଦେଶର ଭାଗ୍ୟ ନିର୍ଦ୍ଧାରଣ ହେବ। ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ଏବଂ ପାଣ୍ଠି ଯୋଗାଇ ଆସୁଥିବା ପାକିସ୍ତାନକୁ ବୈଠକରେ ଏଫଏଟିଏଫ କଳା ତାଲିକାଭୁକ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଏଫଏଟିଏଫ ବୈଠକରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଶଙ୍କା ରହିଛି।

ସୂଚନା ମୁତାବକ, ସୋମବାରଠାରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ଏଫଏଟିଏଫ ବୈଠକ ଅନୁଷ୍ଠିତ ହେବ। ଏହା ଉପରେ ସାରା ବିଶ୍ଵର ନଜର ରହିଛି। ୨୦୧୮ ଜୁନରେ ଏଫଏଟିଏଫ ପାକିସ୍ତାନୁ ଧୁସର ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା। ଏହା ସହିତ ୨୭ଟି ମାନଦଣ୍ଡକୁ ଗୁରୁତ୍ଵ ଦିଆଯାଇ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ୧ ବର୍ଷ ସମୟ ଧାର୍ଯ୍ୟ କରାଯାଇଥିଲା। ମାନଦଣ୍ଡ ଭିତରେ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥା, କର୍ପୋରେଟ ଏବଂ ଅଣକର୍ପୋରେଟ ସଂସ୍ଥାଗୁଡ଼ିକରୁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ବନ୍ଦ କରିବା ବିଷୟ ରହିଥିଲା। କିନ୍ତୁ ପାକିସ୍ତାନ ଏଥିରେ ବିଫଳ ହୋଇଛି। ଗତ ଅଗଷ୍ଟରେ ମଧ୍ୟ ଏଫଏଟିଏଫର ଏସିଆ ପାସିଫିକ ଜଏଣ୍ଟ ଗ୍ରୁପ(ଏପିଜେଜି) ଉପରୋକ୍ତ ମାନଦଣ୍ଡ ପାଳନ କରାଯାଇ ନ ଥିବାରୁ ପାକିସ୍ତାନକୁ ଧୂସର ତାଲିକାରେ ବଳବତ୍ତର ରଖିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories