www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ଖ୍ରୀଷ୍ଟ ସନ୍ନ୍ୟାସିନୀ ଥ୍ରେସିଆଙ୍କୁ ସାଧ୍ୱୀ ମର୍ଯ୍ୟାଦା ପ୍ରଦାନ କଲେ ପୋପ

ଭାଟିକାନ ସିଟି: ଭାରତୀୟ ଖ୍ରୀଷ୍ଟ ସନ୍ନ୍ୟାସିନୀ ମରିୟମ ଥ୍ରେସିଆଙ୍କୁ ରବିବାର ଭାଟିକାନ ସିଟିରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୋପ ଫ୍ରାନ୍ସିସ ସାଧ୍ୱୀ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ଏହି ଅବସରରେ ବିଶ୍ୱର ଅନ୍ୟ ଚାରି ଜଣ ନନଙ୍କୁ ମଧ୍ୟ ସାଧ୍ୱୀ ମର୍ଯ୍ୟାଦା ପ୍ରଦାନ କରାଯାଇଛି। କେରଳରୁ ଚତୁର୍ଥ ନନ ଭାବେ ଥ୍ରେସିଆଙ୍କୁ ଏହି ମର୍ଯ୍ୟାଦା ପ୍ରଦାନ କରାଯିବାକୁ ଗତ ଜୁଲାଇରେ ଭାଟିକାନ ସିଟି ସ୍ଥିର କରିଥିଲା।

- Advertisement -

ସାଇରୋ-ମାଲାବାର ଚର୍ଚ୍ଚ ସହ ସମ୍ପୃକ୍ତ ଥ୍ରେସିଆ ୧୯୧୪ରେ ସିଷ୍ଟର ଅଫ ହୋଲି ଫାମିଲି ପ୍ରତିଷ୍ଠା କରିଥିଲେ। ୧୮୭୬ ମସିହା ଏପ୍ରିଲ ୨୬ରେ କେରଳର ଥ୍ରୀସୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଥ୍ରେସିଆ ମାତ୍ର ୮ବର୍ଷ ବୟସରେ ଧ୍ୟାନ, ଉପବାସ ଓ ପ୍ରାର୍ଥନା ଆଡକୁ ମନ ବଳାଇଥିଲେ। ୧୯୯୯ରେ ତାଙ୍କୁ ବନ୍ଦନୀୟା ଆଖ୍ୟା ଦିଆଯାଇଥିଲା। ସେବାର ନିଦର୍ଶନ ଥ୍ରେସିଆଙ୍କର ୧୯୨୬ ମସିହା ଜୁନ ୮ରେ ଦେହାନ୍ତ ହୋଇଥିଲା।

ଆଜି ଥ୍ରେସିଆଙ୍କ ସହ ଇଂଲଣ୍ଡର ଜନ ହେନେରୀ ନିଉମାନ, ସ୍ୱିଜରଲାଣ୍ଡର ମାର୍ଗୁରେଟ ବେଜ, ଇଟାଲୀର ଜୀଉସେପିନା ଭାନିନି ଏବଂ ବ୍ରାଜିଲର ନନ ଇର୍ମା ଡ଼କ ପଣ୍ଟିସଙ୍କୁ ମଧ୍ୟ ଏହି ମର୍ଯ୍ୟାଦା ପ୍ରଦାନ କରାଯାଇଛି। ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଉତ୍ସବରେ ଯୋଗ ଦେଇଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories