www.samajalive.in
Tuesday, December 9, 2025
26.1 C
Bhubaneswar

ଭିଡ଼ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା

ମୁଜଫରପୁର: ଦେଶରେ ସୃଷ୍ଟି ହେଉଥିବା ଭିଡ଼ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖିଥିବା ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ତିୱାରୀଙ୍କ ଆଦେଶ କ୍ରମେ ଏହି ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ୨ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପଠାଯିବା ପରେ ସ୍ଥାନୀୟ ଓକିଲ ସୁଧୀର କୁମାର ଓଝାଙ୍କ ପକ୍ଷରୁ କୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ଥାନାରେ ଏଫଆଇଆର ଦେବାକୁ କହିଥିଲେ। ପରେ ଗତ ଅଗଷ୍ଟ ୨୦ରେ ଏତଲା ରୁଜୁ ହୋଇଥିଲା, ଯାହା ଉପରେ ଗୁରୁବାର ପୁଲିସ ମାମଲା ରୁଜୁ କରିଛି।
ଚିଠି ଲେଖିଥିବା ବ୍ୟକ୍ତିମାନେ ଜାଣିଶୁଣି ଦେଶର ଛବି ଖରାପ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରଭାବକୁ ହ୍ରାସ କରିବା ଲାଗି ଉଦ୍ୟମ କରିଥିବା ପିଟିଶନରେ ଅଭିଯୋଗ କରାଯାଇଛି। ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ଐତିହାସିକ ରାମଚନ୍ଦ୍ର ଗୁହା, ଚଳଚ୍ଚିତ୍ର ନିର୍ଦେଶକ ମଣିରତ୍ନମ, ଅନୁରାଗ କଶ୍ୟପ, ଶ୍ୟାମ ବେନେଗଲ, ଅଭିନେତା ସୌମିତ୍ର ଚାଟାର୍ଜୀ, ଅଭିନେତ୍ରୀ ଅପର୍ଣ୍ଣା ସେନ ଏବଂ ଗାୟିକା ସୁଧା ମୁଦଗଲ ପ୍ରମୁଖ ସାମିଲ ଥିଲେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories