www.samajalive.in
Tuesday, December 9, 2025
15.1 C
Bhubaneswar

ଆରଏସଏସ ଓ ବିଜେପି ଗାନ୍ଧିଜୀଙ୍କ ନାମ ନେବା କଂଗ୍ରେସ ବିଚାରଧାରାର ବିଜୟ: ଗେହଲଟ

ଜୟପୁର: ଦେଶବ୍ୟାପୀ ବୁଧବାର ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। କେନ୍ଦ୍ରରେ ଶାସକ ବିଜେପି ପକ୍ଷରୁ ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ପଦଯାତ୍ରା କରାଯିବା ସହିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ମଧ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ତେବେ ଏସବୁକୁ କଂଗ୍ରେସ ନିଜର ବିଜୟ ବୋଲି କହିଛି। ଶାସକ ବିଜେପି ଏବଂ ଏହାର ମୂଳ ସଂଗଠନ ଆରଏସଏସ ଗାନ୍ଧିଜୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେ ଏବଂ ଡ. ବି.ଆର. ଆମ୍ବେଡକରଙ୍କ ନାମ ନେବା କଂଗ୍ରେସ ବିଚାରଧାରାର ବିଜୟ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି।

ଗେହଲଟ କହିଛନ୍ତି, ୭୫ବର୍ଷ ତଲେ ସେମାନଙ୍କ ଚିନ୍ତାଧାରା କ’ଣ ଥିଲା ? ସେମାନେ କେବେ ଗାନ୍ଧୀ, ପଟେଲ କିମ୍ବା ଆମ୍ବେଡକରଙ୍କ ନାମ ନେଇଥିଲେ ? ମୁଁ ବିଶ୍ଵାସ କରୁଛି ଯେ, ଏହା ହେଉଛି ଗାନ୍ଧୀ ଓ କଂଗ୍ରେସ ବିଚାରଧାରାର ବିଜୟ ଏବଂ ଆରଏସଏସ ଓ ବିଜେପିକୁ ଆମ ନେତାମାନଙ୍କ ନାମ ନେବାକୁ ହେବ। ଏହା ଆମର ନୀତି, କାର୍ଯ୍ୟକ୍ରମ ଏବଂ ବିଚାରଧାରାର ବିଜୟ ବୋଲି ଗେହଲଟ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେପି ଏବଂ ଆରଏସଏସ ନେତାମାନେ କେବଳ ଗାନ୍ଧିଜୀଙ୍କ ବିଷୟରେ କହିଲେ ହେବ ନାହିଁ, ସେମାନେ ସ୍ପଷ୍ଟ କରିବା ଉଚିତ ଯେ ସେମାନଙ୍କ ମନ ଏବଂ ହୃଦୟରେ କ’ଣ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories