www.samajalive.in
Monday, December 8, 2025
16.1 C
Bhubaneswar

ପ୍ରଚଳନ ହେବ ଉଦ୍ୟୋଗ ମୂଲ୍ୟାଙ୍କନ ବ୍ୟବସ୍ଥା

ନୂଆଦିଲ୍ଲୀ: ଶିଳ୍ପୋଦ୍ୟୋଗୀଙ୍କୁ ସହଜରେ ଋଣ ପ୍ରଦାନ ପାଇଁ କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରିବାକୁ ବିଚାର କରୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ୍‍ ଗଡ଼କରି କହିଛନ୍ତି। ଚେନ୍ନାଇଠାରେ ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଉଦବୋଧନ ଅବସରରେ ସେ କହିଛନ୍ତି ଯେ ଦିଲ୍ଲୀରୁ ମଥୁରା ଏବଂ ଇଟାୱା ଦେଇ ଆଲ୍ଲାହାବାଦ ପର୍ଯ୍ୟନ୍ତ ଜଳପଥ ସଂଯୋଗ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ସେ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଶକ୍ତି ଯୋଗାଣଜନିତ ଖର୍ଚ୍ଚ କମ୍‍ କରିବାପାଇଁ ସରକାର ଚେଷ୍ଟା କରୁଛନ୍ତି। ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ରକୁ ବଜାର ସୁବିଧା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଏକ ଜାତୀୟ ପୋର୍ଟାଲ୍‍ ପ୍ରସ୍ତୁତ କରୁଛନ୍ତି ବୋଲି ଗଡ଼କରି କହିଛନ୍ତି।

ସେ କହିଛନ୍ତି, ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ରପାଇଁ ଜାତୀୟ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍‍ ଢାଞ୍ଚାରେ ଏକ ଟ୍ରିବ୍ୟୁନାଲ୍‍ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଗଡ଼କରି ଆସନ୍ତା ୫ ବର୍ଷରେ ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ରରେ ୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories