www.samajalive.in
Sunday, December 7, 2025
16.1 C
Bhubaneswar

ମହିଳାଙ୍କ ପାଇଁ ହୃଦ୍‌ଘାତ ବିପଦ ଅଧିକ

ହୃଦ୍‌ଘାତକୁ ସାଧାରଣତଃ ପୁରୁଷମାନଙ୍କ ରୋଗ ବୋଲି କୁହାଗଲେ ବି ଏଥିରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ସଂଖ୍ୟାରେ ପ୍ରାଣ ହରାଇଥାନ୍ତି। କାରଣ, ସେମାନଙ୍କଠାରେ ଏହି ରୋଗର ଲକ୍ଷଣ ସହଜରେ ଜଣା ପଡ଼ିନଥାଏ। ହୃଦ୍‌ଘାତର ଲକ୍ଷଣ ହେଲା- ଛାତିରେ ଯନ୍ତ୍ରଣା, ମୁଣ୍ଡରୁ ଝାଳ ବାହାରିବା, ମୁଣ୍ଡ ବୁଲାଇବା, ଶ୍ବାସଗ୍ରହଣରେ କଷ୍ଟ, ଛାତି ଧଡ଼ଧଡ଼ ହେବା ଏବଂ ଚେତା ହରାଇବା। ହୃଦ୍‌ଘାତଜନିତ ଯନ୍ତ୍ରଣା ବେଳେବେଳେ ଦୁଇ ହାତ, ପିଠି, ଦାନ୍ତମୂଳ ଓ ଉପରପେଟକୁ ସଞ୍ଚାରିତ ହୋଇଥାଏ। ପୁରଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ଲକ୍ଷଣ କମ୍ ଦେଖାଯାଇପାରେ ଏବଂ ସେମାନେ ଏହାକୁ ବିଶେଷ ଗୁରୁତ୍ବ ଦେଉ ନଥିବାରୁ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ।

ଦିନ ତମାମ ଘର ଓ ପରିବାରର ଯତ୍ନ ନେବା ପରେ ମହିଳାମାନେ ନିଜ ସ୍ବାସ୍ଥ୍ୟର ଠିକ୍ ଭାବରେ ଯତ୍ନ ନେଇପାରନ୍ତି ନାହିଁ। କମ୍ ବୟସର ମହିଳାଙ୍କଠାରେ ହୃଦ୍‌ରୋଗ ଆଶଙ୍କା କମ୍‌ ଥାଏ। ସେମାନଙ୍କ ଶରୀରରେ ଥିବା ହରମୋନ ବିଭିନ୍ନ ପ୍ରକାର ହୃଦ୍‌ରୋଗରୁ ସୁରକ୍ଷା ଦିଏ, କିନ୍ତୁ ମେନୋପଜ୍ ବା ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବା ପରେ ମହିଳାଙ୍କ ଶରୀରରେ ହରମୋନ ଆଉ ତିଆରି ହୋଇପାରେ ନାହିଁ। ଫଳରେ ୫୫ବର୍ଷ ପରେ ସେମାନଙ୍କଠାରେ ହୃଦ୍‌ଘାତ ଆଶଙ୍କା ବଢ଼ିଯାଇଥାଏ। ଏହାଛଡ଼ା ନିୟମିତ ଫାଷ୍ଟଫୁଡ଼ ଖାଇବା, ଅଧିକ ମାନସିକ ଚାପରେ ରହିବା, ମଧୁମେହ, ଉଚ୍ଚ ରକ୍ତଚାପ, କୋଲେ​‌େ​‌ଷ୍ଟରଲ ବଢ଼ିବା ତଥା ପ୍ରତ୍ୟକ୍ଷ ବା ପରୋକ୍ଷ ଧୂମପାନ କରୁଥିବା ମହିଳାମାନଙ୍କୁ କମ୍‌ ବୟସରେ ବି ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ପରିବାରରେ ପୂର୍ବରୁ କାହାକୁ ହୃଦ୍‌ଘାତ ହୋଇଥିଲେ ସେହି ମହିଳାମାନଙ୍କଠାରେ ଏହାର ଆଶଙ୍କା ଅଧିକ।

- Advertisement -

ହୃଦ୍‌ଘାତର ଚିକିତ୍ସା ଠିକ୍ ସମୟରେ କରିବା ଆବଶ୍ୟକ, ନଚେତ ଜୀବନ ପ୍ରତି ବିପଦ ରହିଛି। ହୃଦ୍‌ଘାତ ହୋଇଥିଲେ ତୁରନ୍ତ ଆଞ୍ଜିଓପ୍ଲାଷ୍ଟି ପଦ୍ଧତି ମାଧ୍ୟମରେ ହୃଦୟର ରକ୍ତ ସଞ୍ଚାଳନ ଠିକ୍ କରାଯାଏ। ଏହି ପଦ୍ଧତି କରିବାରେ ବିଳମ୍ବ ହେଲେ ରୋଗୀଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ଦିଗକୁ ଗତି କରେ। ଭୟ ଯୋଗୁ ମଧ୍ୟ ଅନେକ ମହିଳା ଆଞ୍ଜିଓପ୍ଲାଷ୍ଟି କରିନଥାନ୍ତି ଯାହା ସେମାନଙ୍କ ଜୀବନ ପ୍ରତି ବିପଜ୍ଜନକ। ଆଞ୍ଜିଓପ୍ଲାଷ୍ଟି ଏକ ସହଜ ଏବଂ ସରଳ ଚିକିତ୍ସା ପଦ୍ଧତି। ମାତ୍ର ୩୦ ରୁ ୪୫ ମିନିଟ ସମୟ ମଧ୍ୟରେ ଏହା ସରିଯାଏ। ଏଥିରେ ଆଦୌ କଟାକଟି ଦରକାର ପଡ଼େନାହିଁ। ହାତ କିମ୍ବା ଜଙ୍ଘର ଧମନୀ ବାଟେ ଏକ ସରୁ ତାର ସାହାଯ୍ୟରେ ହୃଦ୍‌ଯନ୍ତ୍ର ଭିତରେ ଥିବା ଧମନୀର ବନ୍ଦ ହୋଇଥିବା ସ୍ଥାନ ଖୋଲିଦିଆଯାଏ। ଏହି ଚିକିତ୍ସାରେ ବିଶେଷ ଯନ୍ତ୍ରଣା ହୁଏନାହିଁ କି ରୋଗୀଙ୍କୁ ଚେତାଶୂନ୍ୟ କରିବା ଦରକାର ହୁଏନାହିଁ।

ସତର୍କତା:
– ଧୂମପାନ କିମ୍ବା ତମାଖୁ ସେବନରୁ ଦୂରେଇ ରହନ୍ତୁ।
– ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ନିୟମିତ ଔଷଧ ଖାଆନ୍ତୁ।
– ଅଧିକ ଛଣାଛଣି ଓ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
– ଆମିଷ ଖାଉଥିଲେ ମାଂସ କମ୍ କରିବା ଆବଶ୍ୟକ।
– ଅଧିକ ପନିପରିବା ଓ ଫାଇବର ବା ତନ୍ତୁଯୁକ୍ତ ଖାଦ୍ୟ ଖାଆନ୍ତୁ।
– ପ୍ରତିଦିନ କିଛି ସମୟ ବ୍ୟାୟାମ ଓ ଯୋଗ କରିବା ଅଭ୍ୟାସ କରନ୍ତୁ।
– ଓଜନ ବଢ଼ିବାକୁ ଦିଅନ୍ତୁ ନାହିଁ।
– କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ସବୁବେଳେ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories