www.samajalive.in
Sunday, December 7, 2025
26.1 C
Bhubaneswar

ସେବିକା ନିହାରିକା ପାତ୍ର ହତ୍ୟା ମାମଲା; ଧରାପଡିଲା ପୁରୁଷବନ୍ଧୁ ରାଜା

ଭୁବନେଶ୍ବର: ସେବିକା ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତାଙ୍କ ପୁରୁଷ ବନ୍ଧୁ ରାଜା ଆଞ୍ଚଲ ଶୁକ୍ରବାର ପୁଲିସ ହାତରେ ଧରା ଦେଇଛି । ସେ ଜଗତସିଂହପୁରର ବିରିଡି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୁଲିସ ତାକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ରାଜାର ବୟାନ ମିଳିଲା ପରେ ଏହି ଘଟଣାର ପର୍ଦ୍ଦଫାଶ ହେବ ବୋଲି ଅନୁମାନ କରାଯାଇଛି ।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଗତ ମଙ୍ଗଳବାର ସେବିକା ନିହାରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ତାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପରେ ଘଟଣାକ୍ରମରେ ଜଣାପଡିଥିଲା ଯେ, ନିହାରିକା କଟକର ଏକ ନର୍ସିଂହୋମ୍‌ରେ ନର୍ସ ଭାବେ କାର୍ଯ୍ୟ କରନ୍ତି ଏବଂ ରାଜା ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଗତ ୮ ତାରିଖରେ ନିହାରିକା ପୁରୁଷବନ୍ଧୁ ରାଜାଙ୍କ ସହ ଏକ ନର୍ସିଂହୋମ୍‌ରୁ କେଉଁଆଡେ ଯାଇଥିଲେ । ନର୍ସିଂହୋମରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଥିଲା। ତା‘ପର ଠାରୁ ନିହାରିକା ଆଉ ଫେରିନଥିଲେ । ଗତ ୯ତାରିଖରେ ନିହାରିକାର ପରିବାରଲୋକେ ଏବଂ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories