www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଜାବର ୪ ରେଳ ଷ୍ଟେଶନ ଉଡ଼ାଇବାକୁ ଜୈଶର ଧମକପୂର୍ଣ୍ଣ ଚିଠି

ଚଣ୍ଡୀଗଡ଼: ମୁମ୍ବଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ସମେତ ହରିୟାଣାର କେତେକ ରେଳ ଷ୍ଟେଶନ ଓ ମନ୍ଦିର ପରେ ପଞ୍ଜାବର ୪ଟି ରେଳ ଷ୍ଟେଶନକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏପରି ଧମକ ଦେଇଛି। ଅମ୍ବାଲା ଏବଂ ଫିରୋଜପୁର ଡିଭିଜନର ୪ଟି ଷ୍ଟେଶନକୁ ଉଡ଼ାଇଦେବା ଲାଗି ହରିୟାଣାର ରୋହତକ ରେଳ ଷ୍ଟେଶନ ମାଷ୍ଟରଙ୍କ ନିକଟରେ ଧମକପୂର୍ଣ୍ଣ ଚିଠି ପହଞ୍ଚିଛି। ଏଭଳି ଚିଠି ମିଳିବା ପରେ ପଞ୍ଜାବର ଉକ୍ତ ଷ୍ଟେଶନଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଜୈଶର ଏରିଆ କମାଣ୍ଡର ମୈସୁଲ ଅହମ୍ମଦ, ଜାମ୍ମୁ-କାଶ୍ମୀର, କରାଚୀ, ପାକିସ୍ତାନ ନାମରେ ଏହି ଚିଠି ଆସିଛି। ଚିଠିରେ ଦର୍ଶାଯାଇଛି ଯେ, ଆସନ୍ତା ଅକ୍ଟୋବର ୮ରେ ଭଟିଣ୍ଡା, ଅମୃତସର, ପଟିୟାଲା ଓ ଫଗୱାଡ଼ା ଷ୍ଟେଶନକୁ ଉଡ଼ାଇ ଦିଆଯିବ। ଅକ୍ଟୋବର ୮ ତାରିଖରେ ଜୈଶ ସଂଗଠନ ଜେହାଦୀମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବ। ଏଥିପାଇଁ ରେଳ ଷ୍ଟେଶନ ଏବଂ ମନ୍ଦିରରେ ବିସ୍ଫୋରଣ କରାଯିବ। ରୋହତକ, ହିସାର, କୁରୁକ୍ଷେତ୍ର, ମହାରାଷ୍ଟ୍ରର ମୁମ୍ବଇ ସିଟି ଷ୍ଟେଶନ, ଚେନ୍ନାଇ, ବେଙ୍ଗାଲୁରୁ, ଜୟପୁର, କୋଟା, ଭୋପାଳ, ଇଟାରସୀ, ଦୁର୍ଗ ଷ୍ଟେଶନରେ ବୋମା ବିସ୍ଫୋରଣ କରାଯିବ। ଏହା ବ୍ୟତୀତ ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଷ୍ଟେଶନ ଏବଂ ମନ୍ଦିରକୁ ଟାର୍ଗେଟ କରାଯିବ ବୋଲି ଦର୍ଶାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories