www.samajalive.in
Sunday, December 7, 2025
16.1 C
Bhubaneswar

ତେଜସରେ ରାଜନାଥ; ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଉଡ଼ାଇଲେ ଏହି ସ୍ବଦେଶୀ ଯୁଦ୍ଧ ବିମାନ

ବେଙ୍ଗାଲୁରୁ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ଉଡ଼ାଇଛନ୍ତି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ପରିସରରୁ ରାଜନାଥ ଏହାର ଉଡ଼ାଣ କରିଥିଲେ। ରାଜନାଥ ପ୍ରଥମ ଥର ଲାଗି କୌଣସି ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି। ଏହା ସହିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ସେ ତେଜସ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ତେଜସର ସର୍ବାଧିକ ବେଗ ଘଣ୍ଟାପ୍ରତି ପାଖାପାଖି ୨୦୦୦ କିଲୋମିଟର। ଏହାର ଓଜନ ୧୨ ଟନ। ତେଜସ ଆକାଶମାର୍ଗରୁ ଆକାଶମାର୍ଗକୁ ଟାର୍ଗେଟ କରୁଥିବା ଏକ ହାଲୁକା ଯୁଦ୍ଧ ବିମାନ। ଏହାର ନିର୍ମାଣରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ରାଜନାଥ ଆସନ୍ତା ୨୮ ତାରିଖରେ ମୁମ୍ବଇରେ ନୌସେନା ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ସ୍କର୍ପିୟନ ଶ୍ରେଣୀର ୨ୟ ବୁଡ଼ାଯାହାଜ ଆଇଏନଏସ ଖଣ୍ଡେରୀକୁ ନୌସେନାରେ ସାମିଲ କରିବେ। ଏହା ବ୍ୟତୀତ ପି-୧୭ଏ ସିରିଜର ପ୍ରଥମ ଯୁଦ୍ଧ ଯାହାଜ ଆଇଏନଏସ ନୀଳଗିରିର ଉଦ୍‌ଘାଟନ କରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories